ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ନେଇ ହଙ୍ଗମା, ଗୃହ ଅଚଳ

0
  • ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

  • ଭୁବନେଶ୍ବର//TATKAL ODISHA//

ପ୍ରଶ୍ନକାଳ ଆରମ୍ଭରୁ ହିଁ ହୋହଲ୍ଲା କରିଥିଲେ ବିରୋଧୀ।
ବିଧାନସଭା ପ୍ରଶ୍ନକାଳରେ ଉଠିଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ବିରୋଧୀ ଦଳ ନେତାମାନେ ଗୃହରେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇବା ସହିତ ଜୋରଦାର ହଙ୍ଗାମା କରିଥିଲେ । ବିଜେପି ପକ୍ଷରୁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଗୃହରେ ଭାଇରାଲ ହେଉଥିବା ପ୍ରଶ୍ନପତ୍ର ଦେଖାଇ, ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳ ଖେଳୁଛନ୍ତି ବୋଲି ଗୃହରେ ନାରାବାଜି କରିଥିଲେ ବିଜେପି ସଦସ୍ୟ । ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ ବିଜେପି ସଦସ୍ୟ । ତେବେ ବିଜେପି ସଦସ୍ୟଙ୍କ ସହ କଂଗ୍ରେସ ସଦସ୍ୟମାନେ ମଧ୍ୟ ଯୋଗ ଦେଇ ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ । ଏହାପରେ ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ କହିବା କଥା, ସକାଳ ୭ଟା ୨୦ରେ ପୁରୀ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଛି । ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ସରକାର । ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ ହେଉଥିବାରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।
ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିଲେ ବିରୋଧୀ । ଶୂନ୍ୟକାଳରେ ପ୍ରଶ୍ନ ଉଠାଇବା ନେଇ ବାଚସ୍ପତି ଯେତେ କହିଥିଲେ ସୁଦ୍ଧା ବିରୋଧୀ ଶୁଣିବାକୁ ନାରାଜ ଥିଲେ । ଗୃହ ମଧ୍ୟଭାଗକୁ ଆସି ପୋଡିୟମ ନିକଟରେ ହୋହଲ୍ଲା କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ଫଳରେ ଗୃହକାର୍ଯ୍ୟ ଚଳାଇବା ସମ୍ଭବ ହୋଇନଥିଲା । ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ ଆରୁଖ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କରିଛନ୍ତି।

Leave A Reply

Your email address will not be published.