ମାଛ ଉତ୍ପାଦନରେ ଓଡ଼ିଶା ଦେଶରେ ୪ର୍ଥ

0

  • ବାର୍ଷିକ ୨.୧୫ ଲକ୍ଷ ମେଟ୍ରିକ ଟନ୍ ମାଛ ରପ୍ତାନୀ
  • ବାହାର ରାଜ୍ୟରୁ ୨୪୮୬ ଲକ୍ଷ ଅଣ୍ଡା ହେଉଛି ଆମଦାନୀ: ମନ୍ତ୍ରୀ

ଭୁବନେଶ୍ୱର,//TATKAL ODISHA//

ଓଡ଼ିଶାରେ ମାଛ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦୨୦-୨୧ ଆର୍ôଥକ ବର୍ଷରେ ଓଡ଼ିଶାରେ ପ୍ରାୟ ୮,୭୨,୯୭୩ ମେଟ୍ରିକ ଟନ ମାଛ ଉତ୍ପାଦିତ ହୋଇଛି । ତନ୍ମଧ୍ୟରୁ ପ୍ରାୟ ୨,୧୫,୧୪୪ ମେଟ୍ରିକ ଟନ୍ ମାଛ ଅନ୍ୟ ରାଜ୍ୟ ଏବଂ ବିଦେଶକୁ ରପ୍ତାନୀ କରାଯାଇଛି । ହେଲେ ଅଣ୍ଡାର ଚାହିଦା ପୁରଣ ପାଇଁ ବାହାର ରାଜ୍ୟରୁ ୨୪୮୬ ଲକ୍ଷ ଅଣ୍ଡା ଆମଦାନୀ ହେଉଛି ।
 ବୁଧବାର ବିଧାନସଭାରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଡ. ଅରୁଣ ସାହୁ । ସେ କହିଛନ୍ତି ଯେ, ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଓ ଡାଏରୀ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ୨୦୨୦ ରିପୋର୍ଟ ଅନୁଯାୟୀ ୨୦୧୯-୨୦ ଆର୍ôଥକ ବର୍ଷରେ ଓଡ଼ିଶା ରାଜ୍ୟ ମତ୍ସ୍ୟ ଉତ୍ପାଦନରେ ସମଗ୍ର ଭାଗତରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ଓଡ଼ିଶାରେ ମଧୁର ମାଛ ଉତ୍ପାଦନ ୫,୭୪,୯୮୩ ମେଟ୍ରିକ ଟନ୍ ଥିବାବେଳେ ୧,୨୫,୫୨୧ ମେଟ୍ରିକ ଟନ ଖାରି ମାଛ, ୧,୭୨,୪୬୯ ସାମୁଦ୍ରିକ ମାଛ ଉତ୍ପାଦନ ହେଉଛି । ଏମିତି ମୋଟ୍ ପ୍ରାୟ ୮,୭୨,୯୭୩ ମେଟ୍ରିକ ଟନ ମାଛ ଉତ୍ପାଦିତ ହେଉଛି । ରାଜ୍ୟରେ ମଧୁର ମାଛର ବଜାର ଚାହିଦା ଅଧିକ ଥିବାରୁ ୨୦୨୦-୨୧ ବର୍ଷ ପଡ଼ୋଶୀ ରାଜ୍ୟରୁ ଓଡ଼ିଶାକୁ ପ୍ରାୟ ୪୩,୦୦୯ ମେଟ୍ରିକ ଟନ ମଧୁର ମାଛ ଆମଦାନୀ କରାଯାଇଛି । ଓଡ଼ିଶା ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ମତ୍ସ୍ୟ ପୋଖରୀ ଯୋଜନା, ଗ୍ରାମ ପଞ୍ଚାୟତ ପୋଖରୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉନ୍ନତ ପ୍ରଣାଳୀରେ ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ, ଜଳ ଭଣ୍ଡାରରେ ପଞ୍ଜୁରୀ ମଧ୍ୟରେ ମାଛ ଚାଷ ଉତ୍ପାଦନ ଓ ନୂଆ ପୋଖରୀ ସ୍ଥାପନ ଇତ୍ୟାଦି ଜରିଆରେ ଆଗ୍ରହୀ ହିତାଧିକାରୀଙ୍କୁ ଆର୍ôଥକ ପ୍ରୋତ୍ସାହନ ଓ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯାଉଛି । ଆଗ୍ରହୀ ମାଛଚାଷି ଓ ମତ୍ସ୍ୟଜୀବୀଙ୍କୁ ମାଛ ଚାଷରେ ବ୍ୟବହୃତ ସରଞ୍ଜାମ ଯଥା ଜାଲ, ନୂତନ ଡଙ୍ଗା, ପାରମ୍ପାରିକ ଡଙ୍ଗାକୁ ଯନ୍ତ୍ରଚାଳିତ କରିବା ପାଇଁ ଇଞ୍ଜିନ୍ ଇତ୍ୟାଦି କିଣିବା ପାଇଁ ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି । ମାଛର ରୋଗ ନିରୂପଣ ପାଇଁ ଅତ୍ୟାଧୁନିକ ପରୀକ୍ଷାଗାର ସ୍ଥାପନ, ଉତ୍ପାଦିତ ମାଛର ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ସ୍ଥାପନ ତଥା ମତ୍ସ୍ୟ ବିକ୍ରୟ ସୁଲଭ ପାଇଁ ସ୍ୱାସ୍ଥ୍ୟକର ମାଛ ବଜାର ନିର୍ମାଣ ପାଇଁ ମଧ୍ୟ ସରକାରଙ୍କ ଦ୍ୱାରା ଆର୍ôଥକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି ମନ୍ତ୍ରୀ ପ୍ରକାଶ କରିଛନ୍ତି ।
 ମନ୍ତ୍ରୀ କହିଛନ୍ତି ଯେ, କେବଳ ମାଛ ନୁହେଁ, ଅଣ୍ଡାର ଉତ୍ପାଦନ ବି ବଢ଼ିଛି । ଓଡ଼ିଶାରେ ବାର୍ଷିକ ପ୍ରାୟ ୩୪୬୭୫ ଲକ୍ଷ ଅଣ୍ଡାର ଆବଶ୍ୟକତା ଥିବାବେଳେ ରାଜ୍ୟରୁ ବାର୍ଷିକ ପ୍ରାୟ ୩୨୧୮୯ ଲକ୍ଷ ଅଣ୍ଡା ଉତ୍ପାଦିତ ହେଉଛି । ଆବଶ୍ୟକ ହେଉଥିବା ଅବଶିଷ୍ଟ ବାର୍ଷିକ ପ୍ରାୟ ୨୪୮୬ ଲକ୍ଷ ଅଣ୍ଡା ବାହାର ରାଜ୍ୟରୁ ଆମଦାନୀ ହେଉଅଛି । ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାରଙ୍କ ତରଫରୁ ବାଡ଼ି ଅଗଣାରେ କୁକୁଡ଼ାପାଳନ, ଡିପ୍‌ଲିଟର ପଦ୍ଧତିରେ ଅଣ୍ଡାଦିଆ କୁକଡ଼ା ପାଳନ, ପିଞ୍ଜରା ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା ପାଳନ, ବତକ ପାଳନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଏମକେୟୁୱାଇ) ମାଧ୍ୟମରେ ଅଣ୍ଡାଦିଆ କୁକୁଡ଼ା ପାଳନ ଆଦି ବିଭିନ୍ନ ସରକାରୀ ଯୋଜନାମାନ କାର୍ଯ୍ୟକାରୀ ହେଉଅଛି । ଆଗାମୀ ଦିନରେ ମତ୍ସ୍ୟ ଉତ୍ପାଦନ ସହ ଅଣ୍ଡା ଉତ୍ପାଦନ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।(ଜିତେନ୍ଦ୍ର)

Leave A Reply

Your email address will not be published.