ମହିଳାଙ୍କ ହାତରେ ବ୍ରହ୍ମପୁର, ଭୁବନେଶ୍ୱର ମଙ୍ଗ
- ଦୁଇ ମହାନଗର ନିଗମରେ ଏବେ ମହିଳା ‘ମେୟର’
- ଅସଂରକ୍ଷିତ କଟକ ମହାନଗର ନିଗମ ମେୟର
ଭୁବନେଶ୍ୱର,//TATKAL ODISHA//
ମହିଳାଙ୍କ ହାତରେ ବ୍ରହ୍ମପୁର, ଭୁବନେଶ୍ୱର ମଙ୍ଗ I ଏହି ଦୁଇ ମହାନଗର ନିଗମରେ ହେବେ ଏବେ ମହିଳା ‘ମେୟର’ I
ମାତ୍ର ଅସଂରକ୍ଷିତ ରହିଛି କଟକ ମହାନଗର ନିଗମ (ସିଏମସି)ର ମେୟର ପଦବୀ I
ବୁଧବାର ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଚିଠା ବିଜ୍ଞପ୍ତି I ସେଥିପାଇଁ ଆପତ୍ତି ଓ ଅଭିଯୋଗ ନେଇ ୧୫ ଦିନ ରହିଛି I
ଏହି ସବୁ ନଗର ନିଗମର ମେୟର ସଂରକ୍ଷଣରେ ଯଦି କାହାର କିଛି କହିବାର ଅଛି, ଏହି ଧାର୍ଯ୍ୟ ସମୟ ଭିତରେ ଜଣାଇବାକୁ ନଗର ଉନ୍ନୟନ ବିଭାଗ ସ୍ପଷ୍ଟ କରିଛି I