ମହିଳାଙ୍କ ଆୟବୃଦ୍ଧି ସୁନିଶ୍ଚିତ କରିବ ମିଶନ ଶକ୍ତି – ୟୁଏନ୍‌ସିଡିଏଫ୍‌ର ସହଭାଗିତା : ସୁଜାତା

0
  • ମହିଳଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାର ଓ ଜାତିସଂଘ ପୁଞ୍ଜିବିକାଶ ପାଣ୍ଠି ମଧ୍ୟରେ ସହଭାଗିତା ‘ମିଶନ ଶକ୍ତି-ଲିଭିଂ ଲ୍ୟାବ୍‌’ ପ୍ରକଳ୍ପର ଶୁଭାରମ୍ଭ
  • ଭୁବନେଶ୍ୱର,//TATKAL ODISHA//

ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଏକାନ୍ତ ଆବଶ୍ୟକ I ଏଥିପାଇଁ ହୋଇଛି ଚୁକ୍ତିନାମା I ଫଳରେ ମହିଳାମାନେ ନୂତନ ଜ୍ଞାନକୌଶଳ ବ୍ୟବହାର କରିବା ନିମନ୍ତେ ଆମେ ଲକ୍ଷ୍ୟ ରଖିଛୁ ଓ ସେମାନେ ଅଧିକ ଉପାର୍ଜନକ୍ଷମ ହୋଇପାରିବେ। ମହିଳାଙ୍କ ଆୟବୃଦ୍ଧି ଓ ଆର୍ଥିକ ସ୍ୱଚ୍ଛଳତାକୁ ସୁନିଶ୍ଚିତ କରିବା ଦିଗରେ ମିଶନ ଶକ୍ତି – ୟୁଏନ୍‌ସିଡିଏଫ୍‌ର ଆର୍ଥିକ ସହଭାଗିତା ସମୟୋଚିତ ଓ ଅତି ମହତ୍ତ୍ୱପୂର୍ଣ୍ଣ ।

‘ମିଶନ ଶକ୍ତି’ର କମିଶନର ତଥା ଶାସନ ସଚିବ ସୁଜାତା ଆର୍‌. କାର୍ତ୍ତିକେୟନ୍‌ ପ୍ରକାଶ କରିଛନ୍ତି I ସେ କହିଛନ୍ତି ଯେ,ରାଜ୍ୟର ସହର ଏବଂ ଗ୍ରାମାଞ୍ଚଳଗୁଡ଼ିକରେ ମିଶନ ଶକ୍ତି ଅଧୀନରେ ୬.୦୨ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହୋଇଛି ।

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ୟୁନାଇଟେଡ୍‌ ନେସନ୍ସ କ୍ୟାପିଟାଲ୍‌ ଡେଭ୍‌ଲପ୍‌ମେଣ୍ଟ ଫଣ୍ଡ (ୟୁଏନ୍‌ସିଡ଼ିଏଫ୍‌) ଜାତିସଂଘ ପୁଂଜିବିକାଶ ପାଣ୍ଠି ମଧ୍ୟରେ ଆଜି ଅପରାହ@ରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବା ସହ ‘ମିଶନ ଶକ୍ତି-ଲିଭିଂ ଲ୍ୟାବ୍‌’ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ଏବଂ ଲିଙ୍ଗଗତ ସମାନତାକୁ ଦୃଢ଼ୀଭୂତ କରିବା ଦିଗରେ ଓଡ଼ିଶା ରାଜ୍ୟ ସରକାର ଏବଂ ୟୁଏନ୍‌ସିଡ଼ିଏଫ୍‌ର ଏହା ଏକ ସମ୍ମିଳିତ ପ୍ରୟାସ ।

କାର୍ଯ୍ୟକ୍ରମରେ ଯୋଗଦେଇ ୟୁଏନ୍‌ସିଡିଏଫ୍‌ର ଇନ୍‌କ୍ଲୁସିଭ୍‌ ଡିଜିଟାଲ୍‌ ଇକୋନୋମି ପ୍ରାକଫିସେସ୍‌ର ନିର୍ଦ୍ଦେଶକ ହେନେରୀ ଡୋମେଲ କହିଥିଲେ, ‘ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ମହିଳାମାନଙ୍କ ଆର୍ଥିକ ନିରାପତ୍ତା ଏବଂ ଆର୍ଥିକ ସ୍ୱାଧୀନତା ବୃଦ୍ଧି ପାଇଁ ନୂତନ ଜ୍ଞାନକୌଶଳ ଏବଂ ଭିତ୍ତିଭୂମିର ବ୍ୟବହାରରେ ଏହା ସହାୟକ ହେବ । ମହିଳାମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଗଲେ ହିଁ ମହିଳାମାନଙ୍କ ଉପରେ କୋଭିଡ୍‌-୧୯ର ସାମାଜିକ ଏବଂ ଆର୍ଥିକ ପ୍ରଭାବକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବ । ନିଜର ଆର୍ଥିକ କେନ୍ଦ୍ର ଜରିଆରେ ୟୁଏନ୍‌ସିଡିଏଫ୍‌ ମିଶନ ଶକ୍ତି ସହ ଯୋଡ଼ି ହେବାରେ ଗର୍ବ ଅନୁଭବ କରୁଛି ।

ଏହି ସହଭାଗିତା ମହିଳାମାନଙ୍କ ଦ୍ୱାରା ପରିଚାଳିତ ସଂସ୍ଥାଗୁଡ଼ିକର ଆର୍ଥିକ କ୍ଷମତାକୁ ଦୃଢ଼ୀଭୂତ କରିବ । ‘ମିଶନ ଶକ୍ତି-ଲିଭିଂ ଲ୍ୟାବ୍‌’ ଅଭିନବ ଡିଜିଟାଲ୍‌ ମାଧ୍ୟମଗୁଡ଼ିକୁ ସଂପ୍ରସାରିତ କରିବା ସହ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ପାଇଁ ଏକ ନିରନ୍ତର ବଜାର ସୃଷ୍ଟି କରିବାରେ ସହାୟକ ହେବ ।
ଆର୍ଥିକ ନିରାପତ୍ତା ହାସଲ ଦିଗରେ ମହିଳାମାନଙ୍କ ନିମନ୍ତେ ଥିବା ପ୍ରତିବନ୍ଧକକୁ ଦୃରୀଭୂତ କରିବା, ଆର୍ଥିକ ସ୍ୱାଧୀନତା ହାସଲ କରିବା ସହ ଡିଜିଟାଲ୍‌ ଜ୍ଞାନକୌଶଳର ପ୍ରୟୋଗରେ ଇ-ବ୍ୟବସାୟ କାରବାରକୁ ଆହୁରି ବ୍ୟାପକ କରିବା ଦିଗରେ ଏହି ସହଭାଗିତା ଯଥେଷ୍ଟ ସହାୟକ ହେବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଡିଜିଟାଲ୍‌ ଆର୍ଥିକ ସେବା ପ୍ରଦାନ ଏବଂ ସେମାନଙ୍କ ଉନ୍ନତ ଆର୍ଥିକ ଅବସ୍ଥା ସୃଷ୍ଟି କରିବା ଦିଗରେ ଯଥେଷ୍ଟ ଫଳପ୍ରଦ ହେବ ।

ମହିଳାମାନଙ୍କ ପରିଚାଳିତ ପ୍ରାୟ ୧୦ ହଜାର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ନିଜ ସାମର୍ଥ୍ୟ ଅନୁସାରେ ବଜାର ସୁଯୋଗ ପାଇବା, ବ୍ୟବସାୟ ସଂପ୍ରସାରଣ ନିମନ୍ତେ ପୁଂଜି ପାଇବା ଏବଂ ଅଧିକ ବଜାର ସଂଯୋଗୀକରଣର ସୁବିଧା ପାଇପାରିବେ । ଏହା ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କ ଆର୍ଥିକ ପୁଂଜିକୁ ଉଚିତ ମାର୍ଗରେ ସଂଚୟ କରିବା ସହ ସୁବିନିଯୋଗ କରି ନିଜର ଆର୍ଥିକ ନିରାପତ୍ତାକୁ ସୁଦୃଢ଼ କରିପାରିବେ ।

Leave A Reply

Your email address will not be published.