ମହାପ୍ରଭୁ ଶ୍ରୀଅଲାରନାଥଙ୍କ ବିରଳ ଦର୍ଶନ

0
  • ପୁରୀ, TATKAL ODISHA// ଐତିହ୍ୟ ଖୋଜ//

**************************************************

ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଶ୍ରୀସୁଭଦ୍ରା ଅଣସରରେ ବିଜେ କରିଥିଲାବେଳେ ଶ୍ରୀମନ୍ଦିରରେ ଗର୍ଭ ଗୃହ ବନ୍ଦ ରହିଥାଏ I ଭକ୍ତ ଓ ଦର୍ଶନାର୍ଥୀ ତିନି ଦିଅଁଙ୍କୁ ଚଉଦ ଦିନ ଦର୍ଶନ କରିବାର ସୁଯୋଗ ପାଇ ନ ଥାନ୍ତି I ତେଣୁ ଏହି ସମୟରେ ଭକ୍ତମାନେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ବିଜେ କରିଥିବା ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି I

ମହାପ୍ରଭୁ ଅଲାରନାଥଙ୍କ ବିରଳ ମୂର୍ତ୍ତିକୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ I

*****************************************************

ଶ୍ରୀଅଲାରନାଥ ମହାପ୍ରଭୁ
ବିଜେ ବ୍ରହ୍ମଗିରି, ପୁରୀ ଜିଲ୍ଲା

ତାମିଲ ବୈଷ୍ଣବ ଅଲୱାର ସନ୍ଥ ମାନେ ବ୍ରହ୍ମଗିରିଠାରେ ବ୍ରହ୍ମାଙ୍କ ସ୍ଥାପିତ ଶ୍ରୀ ବିଷ୍ଣୁ ବିଗ୍ରହଙ୍କୁ ପୂଜା କରୁଥିଲେ lc
ତେଣୁ ତାଙ୍କୁ ଅଲୱାର ନାଥ ଓ ଏହା କାଳକ୍ରମେ ଅପଭ୍ରଂଶ ହୋଇ ଅଲାରନାଥ ଭାବରେ ସୁବିଦିତ ହେଲା l

ବୈଷ୍ଣବ ଚାରି ସତ ସମ୍ପ୍ରଦାୟ ଭିତରୁ ଶ୍ରୀ ସମ୍ପ୍ରଦାୟର ଶ୍ରୀ ରାମାନୁଜାଚାର୍ଯ୍ୟ ହେଉଛନ୍ତି ଗଙ୍ଗ ବଂଶ ପ୍ରତିଷ୍ଠାତା ଶ୍ରୀ ଚୋଡ଼ଗଙ୍ଗ ଦେବଙ୍କ ଗୁରୁ l
ସେ ପୁରୀ ଶ୍ରୀକ୍ଷେତ୍ରରେ ଏମ୍ବାର (ଅପଭ୍ରଂଶ ହୋଇ ଏମାର)ମଠ ର ସ୍ଥାପୟିତା l
ଦେବ ସ୍ନାନ ପୂର୍ଣ୍ଣିମା ପରେ ଅଲାରନାଥଙ୍କ ଠାରେ ଭକ୍ତ ମାନେ ଦର୍ଶନ କରନ୍ତି ଓ ଏହା ଜଗନ୍ନାଥ ଦର୍ଶନ ତୁଲ୍ୟ ଫଳ ଦାୟକ l
ଏହା ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସମୟରୁ ପ୍ରଚଳିତ l

ଖ୍ରୀ 1510 ରେ ଶ୍ରୀ ଚୈତନ୍ୟ ଆସି ଏହି ପରମ୍ପରାକୁ ଦୃଢ଼ୀଭୂତ କଲେ l
ତାଙ୍କ ଅନୁଗାମୀ ରାୟ ରାମାନନ୍ଦଙ୍କ ଘର ବ୍ରହ୍ମଗିରିର ବେନ୍ତପୁର ଗ୍ରାମ lତେଣୁ ସେ ସମୟରୁ ଏହି ଅଲାରନାଥ ପୀଠର ମାହାତ୍ମ୍ୟ ସୁଦୂର ପ୍ରସାରି ହୋଇଥିଲା l

ଅଲାରନାଥଙ୍କ କ୍ଷୀରି ଭୋଗ ଓ ଅବଢ଼ା ଭୋଗ ବିଶେଷ ପ୍ରସିଦ୍ଧି ଲାଭ କରିଛି l

ଏଠାରେ ଅଲାରନାଥ ମନ୍ଦିର ଫଟୋ, ଅଲାରନାଥଙ୍କ ଶ୍ରୀ ବିଗ୍ରହ, ମାଆ ଲକ୍ଷ୍ମୀ ଙ୍କ ବିଗ୍ରହ, ଓ ଶ୍ରୀ ଚୈତନ୍ୟଙ୍କର ଦାରୁ ବିଗ୍ରହ ଦିଆ ଯାଇଛି l

ଜୟ ଶ୍ରୀ ରାମାନୁଜାଚାର୍ଯ୍ୟ ଓ ଶ୍ରୀ ଚୈତନ୍ୟ l
ଜୟ ଶ୍ରୀ ଅଲାରନାଥ ମହାପ୍ରଭୁ l
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l
ଓଁ ନମୋ ଭଗବତେ ବାସୁଦେବାୟ l

Leave A Reply

Your email address will not be published.