ମହାନ ସଂଗୀତଗୁରୁ ଡ. ବସନ୍ତ କୁମାର ମିଶ୍ର : ମରି ବି ଅମର

0

  • ମହାନ ଓଡ଼ିଶୀ ସଂଗୀତଗୁରୁ ଡକ୍ଟର ମିଶ୍ରଙ୍କ ସ୍ମରଣେ…

//TATKAL ODISHA//ଶ୍ରଦ୍ଧାଞ୍ଜଳି//

ଜାତସ୍ୟ ହି ଧ୍ରୁବ ମୃତ୍ୟୁ I

ଜୀବନ ଥିଲେ ମୃତ୍ୟୁ I ଆଉ ମୃତ୍ୟୁ ଥିଲେ ଜୀବନ II

ସେହି ଜୀବନ ଓ ମୃତ୍ୟୁର ଚକ୍ର ଭିତରେ ସଂସ୍କୃତିପ୍ରିୟ ଓଡ଼ିଆଙ୍କ ହୃଦୟକୁ ଜୟ କରିଥିଲେ ମହାନ ଓଡ଼ିଶୀ ସଂଗୀତଗୁରୁ ଡକ୍ଟର ବସନ୍ତ କୁମାର ମିଶ୍ର I ସେ ଯଦିଓ ପାର୍ଥିବ ଶରୀର ଛାଡ଼ି ଆରପାରିରେ ହେଲେ ନିଜର କୃତି ଓ କୀର୍ତ୍ତି ପାଇଁ  ଅମର ହୋଇଯାଇଛନ୍ତି I ଶୁକ୍ରବାର ତାଙ୍କର ଏକାଦଶାହ I

 TATKAL ODISHA ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ…

  • ଆସନ୍ତୁ ତାଙ୍କ ବିଷୟରେ ଜାଣିବା..


* ଡକ୍ଟର ବସନ୍ତ କୁମାର ମିଶ୍ର ଜଣେ ପ୍ରଖ୍ୟାତ ଓଡିଶୀ ସଂଗୀତର ଗୁରୁ ହିସାବରେ ଓଡ଼ିଶାରେ ବିଦିତ ଥିଲେ। ସେ ପୁରୀ ଜିଲ୍ଲାର ଅଲଣ୍ଡା ପଡା ଗ୍ରାମ ନିବାସୀ ଭଗବାନ ମିଶ୍ରଙ୍କ ପାଞ୍ଚ ପୁତ୍ର ମଧ୍ୟରୁ ତୃତୀୟ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ।

ସ୍ବର୍ଗତ ଡ଼ ବସନ୍ତ କୁମାର ମିଶ୍ର

ଛାତ୍ର ଜୀବନରେ ମଧ୍ୟ ସେ ଜଣେ ମେଧାବୀ ଛାତ୍ର ହିସାବରେ ପରିଗଣିତ ହେଉଥିଲେ। ବାଲ୍ୟକାଳରୁ ଜଗନ୍ନାଥଙ୍କ ଭକ୍ତିଭାବ ପରିଦୃଷ୍ଟ ହେଉଥିଲା । 
ଶ୍ରୀଜଗନ୍ନାଥ ତାଙ୍କ ଜୀବନର ଆରାଧ୍ୟ ଦେବତା ଥିଲେ I ଶିକ୍ଷା ବିଭାଗରେ ଗ୍ରାଜୁଏସନ ସମାପ୍ତ କରିବା ପରେ ଓଡିଶା ସଂଗୀତ ମହାବିଦ୍ୟାଳ ପରେ ଓଡିଶୀ ସଂଗୀତରେ ପିଏଚଡି  ଡିଗ୍ରୀ କରିଥିଲେ ।

ସ୍ବର୍ଗତ ମିଶ୍ର  ପ୍ରଖ୍ୟାତ ଗୁରୁ  ଲୋକନାଥ ରଥ, ବାଳକୃଷ୍ଣ ଦାଶ,  ଭିକାରୀ ଚରଣ ବଳ, ଗୁରୁ  ଦାମୋଦର ହୋତା ଏବଂ  ଗୋପାଳକୃଷ୍ଣ ପଣ୍ଡାଙ୍କର ପଟ୍ଟଶିଷ୍ୟ ଥିଲେ ।

ପୁରୀରେ ଅବସ୍ଥାନ ସମୟରେ ଗୁରୁ ସିଂହାର ଶ୍ୟାମସୁନ୍ଦର କର, ମାର୍କଣ୍ଡେୟ ମହାପାତ୍ର ଓ କାଶୀନାଥ ପୂଜାପଣ୍ଡାଙ୍କ ଠାରୁ ସ୍ବର୍ଗତ ବସନ୍ତ ବାବୁ  ଓଡିଶୀ ସଂଗୀତ ଓ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷାଲାଭ କରିଥିଲେ । ସେ ଜଣେ ସରଳ, ସ୍ପଷ୍ଟବାଦୀ ଓ ଅମାୟିକ ବ୍ୟକ୍ତିତ୍ଵ ଥିଲେ । ସଂଗୀତ ଶିକ୍ଷା ମଧ୍ୟରେ ସେ ଓଡିଶା ସରକାରଙ୍କ ଅଧୀନରେ ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟରେ ଅଡିଟର ଭାବରେ 1984ରେ ଯୋଗଦେଇ 2014ରେ ଅବସର ଗ୍ରହଣ କରିଥିଲେ ।


ତାଙ୍କର ଜୀବନ ଥିଲା ସଂଗୀତ ପ୍ରତି ଉତ୍ସର୍ଗୀକୃତ । ସେ ଥିଲେ ପରୋପକାରୀ ଓ ଛାତ୍ର ବତ୍ସଳ । ଜୀବନରେ ଅନେକ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଓଡିଶୀ ସଂଗୀତରେ ଶିକ୍ଷା ପ୍ରଦାନ କରିଅଛନ୍ତି । ସେ ମଧ୍ୟ ଓଡିଶାର ବହୁସ୍ଥାନରେ ଭଜନ ପ୍ରୋଗ୍ରାମ କରି ଖ୍ୟାତି ଅର୍ଜନ କରି ଅଛନ୍ତି ।
ସରକାରୀ ଚାକିରୀରୁ ଅବସର ନେବାପରେ ମୃତ୍ୟ ପର୍ଯ୍ୟନ୍ତ ସେ ପ୍ରାଚୀନ କଳା ଓ କେନ୍ଦ୍ର ଚଣ୍ଡିଗଡରେ ଡେପୁଟି କୋର୍ଡିନେଟର  ଭାବରେ କାର୍ଯ୍ୟରତ ଥିଲେ ଏବଂ ଏଲଏଲବି  କରି ବାର୍ ସଙ୍ଘରେ ମେମ୍ବର  ଥିଲେ। ସ୍ବର୍ଗତ ଡଃ ବସନ୍ତ କୁମାର ମିଶ୍ର ଅନେକ ସମ୍ମାନ ଓ ଉପାଧୀରେ ଭୂଷିତ ହୋଇଥିଲେ ।

ସେଗୁଡିକ ମଧ୍ୟରେ..

  • -ମାନପତ୍ର ସଂଗୀତ ସୁଧାନିଧ ଗାୟକରତ୍ନ (ଅଷ୍ଟସନ୍ତୁ ଯୁବକସଂଘ,ପୁରୀ),
  • -ମାନପତ୍ର(ପୁରୀ ଓଡିଶୀ ସଂଗୀତ ମହୋତ୍ସବ୧୯୧୫),
  • -ମାନପତ୍ର ଓ ଜପଥ୍ ଶ୍ରୀକ୍ଷେତ୍ର ଶ୍ରୀକଣ୍ଠ ୨୦୧୬
  • -ଗୁରୁ ଅଳରୁ ମହାରଣା ସ୍ମୃତି ସମ୍ମାନ ୨୦୧୮,
  • -ସୁର ସଂବିତ୍ର (ଶ୍ରୀକ୍ଷେତ୍ର କଳା ପ୍ରକାଶିଳା,
  • ପୁରୀ ୨୦୧୯,-ମାନପତ୍ର(ସଂଗୀତ ନିର୍ଦ୍ଦେଶକ ଏବଂ ଗୁରୁ ଓଡିଶୀ ସଂଗୀତ ୨୦୨୦

Leave A Reply

Your email address will not be published.