ମହାନଦୀକୁ ଡେଇଁଲେ ଲ୍ୟାବ ଆସିଷ୍ଟାଣ୍ଟ

0
  • କଟକ,ଭୁବନେଶ୍ୱର// TATKAL ODISHA//

ବନ୍ୟା ଜଳରେ ଉଛୁଳି ଥିବା ମହାନଦୀକୁ କଟକ ଜଗତପୁର କାଳିଆବୁଦା ନିକଟରେ ଜଣେ ଲ୍ୟାବ ଆସିଷ୍ଟାଣ୍ଡ ଡେଇଁ ପଡିଛନ୍ତି । ପୋଲିସ, ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଥିଲେ ହେଁ ତାଙ୍କ ପତ୍ତା ମିଳିନାହିଁ ।

ରବିବାର ପୂର୍ବାହ୍ନରେ ଏହି ଅଘଟଣ ଘଟିଛି I ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ ଆସିଷ୍ଟାଣ୍ଡ ଭାବେ କାର୍ଯ୍ୟ କରୁଥିବା ଦେବାଶିଷ ଦାସ କାର ଯୋଗେ କଟକ ଅଭିମୁଖେ ଆସୁଥିଲେ । ହଠାତ ମହାନଦୀ ପୋଲ ନିକଟରେ ଡ୍ରାଇଭରକୁ ଗାଡି ରଖିବାକୁ କହିଥିଲେ ।

ଗାଡି ରହିବା ମାତ୍ରେ ସେ ଓହ୍ଲାଇଯାଇ ହଠାତ ମହାନଦୀକୁ ଡେଇଁ ପଡିଥିଲେ । ତାଙ୍କ ଘର ଚାଉଳିଆଗଂଜ ବୋଲି ଜଣାପଡିଛି ।

ତେବେ ସେ କାହିଁକି ଓ କେଉଁ କାରଣରୁ ମହାନଦୀକୁ ଡେଇଁ ପଡିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ । ଏହା ଜଣାପଡିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ମଧ୍ୟାହ୍ନ ସୁଦ୍ଧା ତାଙ୍କୁ ଉଦ୍ଧାର କରା ଯାଇ ପାରି ନାହିଁ I

Leave A Reply

Your email address will not be published.