ମରାଠି, ବେଙ୍ଗଲି, ପାଲି, ପ୍ରାକୃତି, ଅହମିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା
- କେନ୍ଦ୍ର କ୍ୟାବିନେଟରେ ମୋହର
- ଶାସ୍ତ୍ରୀୟ ଭାଷା ସଂଖ୍ୟା ହେଲା 11
ନୂଆଦିଲ୍ଲୀ//TATKAL ODISHA//
ମରାଠି, ବେଙ୍ଗଲି, ପାଲି, ପ୍ରାକୃତି, ଅହମିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା I ଏନେଇ କେନ୍ଦ୍ର କ୍ୟାବିନେଟ ମୋହର ବାଜିଛି ।
ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଗଣମାଧ୍ୟମକୁ ଏହି ଦେଇଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ଓଡ଼ିଆ,ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଭାଷାକୁ ଏହି ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା I ଫଳରେ ମୋଟ ଶାସ୍ତ୍ରୀୟ ଭାଷା ସଂଖ୍ୟା ଏଗାରକୁ ବୃଦ୍ଧି ପାଇଛି I
ଉଲ୍ଲେଖନୀୟ ଯେ, ୨୦ ଫେବୃଆରୀ ୨୦୧୪ରେ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତା ମାନ୍ୟତା ଦେଇଥିଲେ I