ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ : କନ୍ଧମାଳରୁ ଭୁବନେଶ୍ୱରକୁ ଏଆର ଲିଫ୍ଟ

0

କନ୍ଧମାଳ, ଭୁବନେଶ୍ୱର//TATKAL ODHISHA//


   କନ୍ଧମାଳ ଗସ୍ତରେ ଥିବା  ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡିଛନ୍ତି । ସେଠାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଛି I

ଏଆର ଆମ୍ବୁଲାନ୍ସ


 ଶନିବାର ରାତିରେ ମନ୍ତ୍ରୀ  ଫୁଲବାଣୀ ସର୍କିଟ ହାଉସରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ । ଦେହରେ ଜ୍ୱର ସହ ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ l  ଏକ ଡାକ୍ତରୀ ଟିମ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି ।

ରବିବାର ମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଉଛି । 

ଉଲ୍ଲେଖନିୟ ଯେ, ଅସୁସ୍ଥ ହେବା ପୂର୍ବରୁ ମନ୍ତ୍ରୀ ଶ୍ରୀ ଜେନା ରବିବାର କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍ ରେ ଅୟୋଜିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସମୀକ୍ଷା କରିଥିଲେ ଇ

Leave A Reply

Your email address will not be published.