ଭୟଙ୍କର ରୂପ ନେଲା ‘ଅବପାତ’ : ପ୍ରବଳ ବର୍ଷିବ
- ପାଞ୍ଚ ଜିଲ୍ଲାକୁ ରେଡ ୱାର୍ନିଙ୍ଗ, ବାର ଜିଲ୍ଲାକୁ ୱାରେଞ୍ଜ ୱାର୍ନିଙ୍ଗ
- ଭୁବନେଶ୍ୱର//TATKAL ODISHA //
ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଭୟଙ୍କର ରୂପ ନେଇଛି I
ଏହାର ପ୍ରଭାବ ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଛି I ପାଣିପାଗ ବିଭାଗ ପକ୍ଷରୁ ପାଞ୍ଚ ଜିଲ୍ଲାକୁ ରେଡ ୱାର୍ନିଙ୍ଗ ଓ ବାର ଜିଲ୍ଲାକୁ ୱାରେଞ୍ଜ ୱାର୍ନିଙ୍ଗ ଦିଆଯାଇଛି I
ପାରାଦୀପ, ଧାମରା ବନ୍ଦରରେ ଏକ ନମ୍ବର ବିପଦ ସଂକେତ ଦିଆଯାଇଛି I
ଅବପାତ ଏବେ ଉତ୍ତର ପଶ୍ଚିମ ଦିଗରେ ଗତିକରି ଗଭୀର ଅବପାତ ରୂପ ନେଉଛି I
ଘଣ୍ଟା ପ୍ରତି ୭ କିମି ବେଗରେ ଗତି କରୁଛି | ଆଗାମୀ ବାର ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ I
+++++++++++++++//ADVT //+++++++++++