ଭୁବନେଶ୍ୱର ପାନ୍ଥ ନିବାସରେ ‘ଆର୍ଟ ଫର ହକି’

0
  • ହକି ବିଶ୍ୱ କପ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ
  • ଭୁବନେଶ୍ୱର,//TATKAL ODISHA//


ଓଡିଶାରେ ପୁରୁଷ ହକି ବିଶ୍ୱକପ-୨୦୨୩ ଜାନୁଆରୀ ୧୩ରୁ୨୯ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେଆସନ୍ତା କାଲି୧୧ରେ କଟକରେରହିଛିଉଦଘାଟନୀ ଉତ୍ସବକ୍ଷ ଏହି ପରିପ୍ରେକ୍ଷୀରେ ହକି କ୍ରୀଡାକୁ ନେଇ ସମସ୍ତଙ୍କମନରେ ଉତ୍ସାହ ଉଦ୍ଦୀପନା ଭରି ରହିଛି କ୍ଷ ଏହି ପରିପ୍ରେକ୍ଷୀରେ ଅନ୍ୟ ବିଭିନ୍ନ ମାଧ୍ୟମ ଭଳି ଓଡିଶାରେ ହକି ଖେଳର ପ୍ରଚାର ପ୍ରସାର ପାଇଁ ଉଲ୍ଲେଖନୀୟ ଯୋଗଦାନ ରଖୁଥିବା ଚିତ୍ରଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କର ସୃଜନଶୀଳତାକୁଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଓଡିଶା ପର‌୍ୟ୍ୟଟନ ଉନ୍ନୟନ ନିଗମ ତରଫରୁ ଆଜି ଏକ ନିଆରା ପ୍ରୟାସ କରାଯାଇଥିଲା I


ରାଜ୍ୟ ପର‌୍ୟ୍ୟଟନ ବିଭାଗ, ଓଟିଡିସି ସହାୟତାରେ କଟକ ଆର୍ଟିଷ୍ଟ ଆସୋସିଏସନ,ତରଫରୁ ଓଡିଶାରେ ହକି କ୍ରୀଡାର ଐତିହ୍ୟ, ପରମ୍ପରା ଏବଂ ହକି ଖେଳକୁ ପର‌୍ୟ୍ୟବସିତ କରି ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଠାରେ ଆଜି ଅପରାହ୍ଣରେ ଆୟୋଜିତ ଏହିଦିନିକିଆ ଚିତ୍ରକଳା ପ୍ରଦର୍ଶନୀରେ କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରୁ ୩୦ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ କ୍ଷ କେତେକ ପ୍ରଦର୍ଶନୀ ସ୍ଥଳରେ ଚିତ୍ର ଆଙ୍କୁ ଥିବା ବେଳେ, ଚିତ୍ର ଶିଳ୍ପୀଙ୍କ ଦ୍ୱାରା ହକି ଉପରେ ପର‌୍ୟ୍ୟବସିତ ସେମାନେ ଅଙ୍କନ କରି ଆଣିଥିବା ସୁନ୍ଦର ସୁନ୍ଦର ପେଣ୍ଟିଂ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା କ୍ଷହକି ଷ୍ଟିକ୍ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଓଡିଶାର ଆରାଧ୍ୟ ଶ୍ରୀଜଗନ୍ନାଥ ଓ ହକି, ବାରବାଟୀ ଦୁର୍ଗ ଓ ହକି, ହକି ବିଶ୍ୱକପ୍ ଓ ଭାରତର ଖେଳାଳୀ, ହକି ମାସ୍କଟ ଓଲି , ହକି ଷ୍ଟିକ୍ ଆଦିକୁ ନେଇ କାନଭାସ ଓ ତୂଳୀରେ ବିଭିନ୍ନ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ଆକର୍ଷଣୀୟ ବିଭିନ୍ନ ପେଣ୍ଟିଂଙ୍କୁ ଦର୍ଶକମାନେ ବେଶ୍ ପ୍ରଶଂସା କରିଥିଲେ ।


ଏହି ଚିତ୍ରକଳା ପ୍ରଦର୍ଶନୀ ଓଡିଶା ପର‌୍ୟ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡଃ ଲେନିନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେଅନୁଷ୍ଠିତ ହୋଇଥିଲା କ୍ଷଏହି ପ୍ରଦର୍ଶନୀକୁ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଫିତାକାଟି ଉଦଘାଟନ କରିଥିଲେ କ୍ଷ ଏହି ପରିପ୍ରେକ୍ଷୀରେ ମେୟର ଶ୍ରୀମତୀ ଦାସ, ଓଡିଶାରେ ପୁରୁଷ ହକି ବିଶ୍ୱକପ ୨୦୧୮ ପରେ ଏବେ ୨୦୨୩ ରେ ପୁଣିଥରେ ବିଶ୍ୱକପ୍ ଆୟୋଜିତ ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ କ୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୁରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଆଜି ବିଶ୍ୱରେ ଓଡିଶାରଖ୍ୟାତି ବହୁଗୁଣିତହୋଇଛି ଓ ସମସ୍ତେ ଆଜି ଉତ୍ସାହର ମାହୋଲରେ ସାମିଲ ହୋଇଛନ୍ତି ବୋଲି ଶ୍ରୀମତୀ ଦାସପ୍ରକାଶ କରିବା ସହ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଏହାର ଅନ୍ୟତମ ଝଲକ ବୋଲି କହିଥିଲେ କ୍ଷ ଓଟିଡିସି ଅଧ୍ୟକ୍ଷ ଡଃ. ମହାନ୍ତି ଯୋଗଦେଇମାନ୍ୟବର ମୁଖ୍ୟମନ୍ତ୍ରୀବିକାଶର ପ୍ରତ୍ୟେକ କ୍ଷେତ୍ରରେସବୁଠି ରୂପାନ୍ତରୀକରଣକୁ ଗୁରୁତ୍ୱ ଦେଉଥିବା ପ୍ରକାଶ କରିବା ସହ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଚିତ୍ରଶିଳ୍ରୀ ଓ ହକି କ୍ରୀଡାକୁ ଉତ୍ସାହିତ କହିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କହିଥିଲେ । ଏହି କାର‌୍ୟ୍ୟକ୍ରମରେ ପର‌୍ୟ୍ୟଟନ ବିଭାଗର ସ୍ୱତନ୍ତ୍ର ଅଧିକାରୀତଥା ଓଟିଡିସିର ଡିଭିଜନାଲ ମ୍ୟାନେଜର ଶ୍ରୀ ଅଂଶୁମାନ ରଥ,ପର‌୍ୟ୍ୟଟନ ବିଭାଗ,ନିଗମର ଅନ୍ୟ ପଦାଧିକାରୀ ଏବଂ କଟକ ଆର୍ଟିଷ୍ଟ ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ବହୁ ସଂଖ୍ୟାରେ ଜନସାଧାରଣ ପାନ୍ଥ ନିବାସ ପରିଭ୍ରମଣ କରି ଚିତ୍ରକଳା ଶିବିର ବୁଲି ଦେଖିଥିଲେ ଏବଂଫଟୋ ଉଠାଇଥିଲେ ।

Leave A Reply

Your email address will not be published.