ଭୀମ ପୃଷ୍ଟିଙ୍କୁ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ’ ସମ୍ମାନ

0

ଭୁବନେଶ୍ୱର//TATKAL ODISHA//

ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗାଳ୍ପିକ, ଔପନାସିକ ଭୀମ ପୃଷ୍ଟିଙ୍କୁ ମିଳିଛି ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’ I କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତଙ୍କ ଉପସ୍ଥାପନା ଓ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବର୍ଣାଢ୍ୟ କାର୍ଯ୍ୟକ୍ରମରେ ଶ୍ରୀ ପୃଷ୍ଟିଙ୍କୁ ସମ୍ମାନିତ କରାଯାଇଛି

   ସୁପରିଚିତ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଲେଖକ, କବି ଓ କଳାକାରଙ୍କୁ ନେଇ ଏକ ବନ୍ଧୁମିଳନ ତଥା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାଦମ୍ବିନୀର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସମ୍ପାଦିକା ଇତି ସାମନ୍ତ ନିରୁପମା ଆଚାର୍ଯ୍ୟ, ସଂଘମିତ୍ରା ମିଶ୍ର, ବିଜୟ କୁମାର ନାୟକ, ଦୂତୀ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ଡ ବିଭୂତି ପଟ୍ଟନାୟକଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା।ରୋଜାଲିନ୍‍ ମହାନ୍ତି, ସଞ୍ଜୟ ପଣ୍ଡା ଓ ମାଧବାନନ୍ଦ ପାତ୍ରଙ୍କୁ କାଦମ୍ବିନୀ ନବଉନ୍ମେଷ ଗଳ୍ପ ସମ୍ମାନ ୨୦୨୦ ଏବଂ ଶିବ ସୁନ୍ଦର ରାଉତ, ଆଶିଷ ମିଶ୍ର ଓ ସୁଭଦ୍ରା ପ୍ରିୟଦର୍ଶିନୀ ନାୟକଙ୍କୁ କାଦମ୍ବିନୀ ନବଉନ୍ମେଷ କବିତା ୨୦୨୦ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଚିକିତ୍ସକ ଡା. ହରିଶ ଚୌଧୁରୀଙ୍କୁ କାଦମ୍ବିନୀ ସେବା ସମ୍ବର୍ଦ୍ଧନା ୨୦୨୧ ପ୍ରଦାନ କରାଯାଇଥିବା ବେଳେ ପ୍ରାଚୀ ମହାପାତ୍ରଙ୍କୁ କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ ୨୦୨୧, ସଦାନନ୍ଦ ତ୍ରିପାଠୀଙ୍କୁ କାଦମ୍ବିନୀ ନବଉନ୍ମେଷ ଗଳ୍ପ ବିଚାରକ ଓ ଜୟନ୍ତୀ ରଥଙ୍କୁ କାଦମ୍ବିନୀ ନବଉନ୍ମେଷ କବିତା ବିଚାରକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଇତି ସାମନ୍ତଙ୍କ ସମ୍ପାଦିତ କ୍ଷୁଦ୍ରଗଳ୍ପ ସଙ୍କଳନ ‘କାଳଜୟୀ କଥା’ ଓ ‘କାଦମ୍ବିନୀ ପରିକ୍ରମା’କୁ ଉନ୍ମୋଚନ କରାଯାଇଥିଲା।

Leave A Reply

Your email address will not be published.