ଭିଆରଏସ ନେଲେ ବି ରାଧିକା
ଭୁବନେଶ୍ୱର// TATKAL ODISHA//
ଭିଆରଏସ ନେଇଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ବି ରାଧିକା I ସରକାର ବି ତାହା ଗ୍ରହଣ କରିଛନ୍ତି I ଏନେଇ ବିଜ୍ଞପ୍ତି ବି ପ୍ରକାଶ ପାଇଛି I
ବରିଷ୍ଠ ଆଇପିଏସ ଅଧିକାରୀ ବି ରାଧିକା କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି କେନ୍ଦ୍ର ସରକାର ନଭେମ୍ବର ୮ରେ ଫେରିଥିଲେ I ୨୦୧୮ ଅକ୍ଟୋବରରୁ କେନ୍ଦ୍ରୀୟ ଡେପୁଟେସନରେ ସେ ଥିଲେ ଏବଂ ୨୦୨୦ ନଭେମ୍ବରରେ ସୀମା ସୁରକ୍ଷା ବଳର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ସରକାରୀ ଚାକିରିରୁ ୨୦୨୪ ଜୁଲାଇରେ ଅବସର ନେଵା କଥା । ଅବସର ନେବାକୁ ଆଉ ମାତ୍ର ଛ ମାସ ଥିବାବେଳେ ସେ ଭିଆରଏସ ନେଇଛନ୍ତି I
କାହିଁକି ଏପରି ନିଷ୍ପତ୍ତି ନେଲେ?
ଶୁଣାଯାଉଛି ବରିଷ୍ଠତା ଭିତ୍ତିରେ ଆଇପିଏସ୍ ରାଧିକାଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜି ଭାବେ ନିଯୁକ୍ତି କରିବାର ସମ୍ଭାବନା ଥିଲା । ହେଲେ ଏହି ଗୁରୁତ୍ୱପୂର୍ଣ ପଦବୀରେ ସେ ଆସୀନ ନ ହେବାରୁ କ୍ଷୋଭରେ ଆଗୁଆ ଚାକିରୀ ଛାଡ଼ିଥିବା ଚର୍ଚ୍ଚା ହେଉଛି I