ଭାରତରେ ଖୁବଶୀଘ୍ର ସାକ୍ଷରତା 100%ରେ ପହଂଚିବ: ଭୋରା

  • କୋଭିଡ ପରିସ୍ଥିତିରେ ଭାରତର ଭୂମିକା ଅତୁଳନୀୟ
  • ଭୁବନେଶ୍ୱର,//TATKAL ODISHA//

ଭାରତରେ ୧୯୪୭ରେ ସାକ୍ଷରତା ମୋଟ ସଂଖ୍ୟା ଜନସଂଖ୍ୟାର ୧୨ ପ୍ରତିଶତ ଥିବାବେଳେ ଶୀଘ୍ର ଏହା ଶତ ପ୍ରତିଶତରେ ପହଂଚିବ।

ପୋଲାଣ୍ଡରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା କହିଛନ୍ତି ।

କୋଭିଡ-୧୯ର ବିଭୀଷିକା ପୃଥିବୀରେ ଅନେକ କିଛି ପରିବର୍ତନ ଆଣିଛି ମାତ୍ର ଏହି ସମୟରେ ଭାରତର ଆନ୍ତର୍ଜାତିକ ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ I କୋଭିଡ୍‌ର ଆକ୍ରମଣ ଫଳରେ ଏହା ପରେ ପୃଥିବୀର ସମୟକୁ କୋଭିଡ୍ ପୂର୍ବ ଓ କୋଭିଡ ପର ଭାବେ ଜଣାଯିବ ବୋଲି ଶନିବାର ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା ଭର୍ଚୁଆଲି ଆୟୋଜିତ ଫୋର୍ଟନାଇଟଲି ଏକାଡେମିକ ଲେକ୍‌ଚର ପ୍ରଦାନ କରି ଡ: ଭୋରା କହିଛନ୍ତି ।


ବର୍ତମାନ ପରିସ୍ଥିତିରେ ପୃଥିବୀ ୪ଟି ବିଷୟକୁ ଗୁରୁତ୍ୱ ପ୍ରଦାନ କରୁଛି । ସେଗୁଡ଼ିକ ହେଲା ସ୍ୱାସ୍ଥ୍ୟସେବା, ଜଳବାୟୁରେ ସ୍ଥିରତା, ଅର୍ଥନୈତିକ ପୂର୍ନଃଜାଗରଣ ଓ ସନ୍ତ୍ରାସବାଦର ମୂଳତ୍ପାଟନ । କୋଭିଡ୍‌ର ବିଭୀଷିକା ମଧ୍ୟରେ ଭାରତ ଟୀକା ଉତ୍ପାଦନ କରି ୬୦ଟି ଦେଶକୁ ଯୋଗାଇ ପାରିବା କମ୍ କଥା ନୁହେଁ ବୋଲି ସେ କହିଥିଲେ । ସେ କହିଥିଲେ ଏହି ଟୀକା ଉତ୍ପାଦନ କ୍ଷମତା ଭାରତ ପକ୍ଷରେ ଏକ ବିଶେଷ ସଫଳତା ଓ ନିରାଶାବାଦୀ ନ ହୋଇ ଦେଶର ସଫଳତା ଉପରେ ଦୃଷ୍ଟିପାତ କରିବା ଆବଶ୍ୟକ ।


ଜଳବାୟୁ ପରିବର୍ତନ ଏକ ବିଶେଷ ଆହ୍ୱାନ ବୋଲି ବର୍ଣ୍ଣନା କରି ଡ: ଭୋରା କହିଥିଲେ ଯେ ସୂର୍ଯ୍ୟାଲୋକ ବ୍ୟବହାର କରି ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ଆଗରେ ରହିଛି ।


ସୋଆ କୁଳପତି ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର ବିଶ୍ୱବିଦ୍ୟାଳୟ ବିଷୟରେ ବିବରଣୀ ରଖିଥିଲେ । ସୋଆର ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ ।


ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ ଚାନ୍‌ସେଲର ପ୍ରଫେସର (ଡ) ଅମିତ ବାନାର୍ଜୀ, ପ୍ରୋ ଭାଇସ୍ ଚାନ୍‌ଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡିନ୍‌, ଫାକଲ୍ଟି ମେମ୍ବର, ଛାତ୍ରଛାତ୍ରୀ, ୟୁନିଭର୍ସିଟି ଆଉଟ୍‌ରିଚ୍ ସେଲର କର୍ମକର୍ତା ଓ ଅତିଥିମାନେ ଯୋଗ ଦେଇଥିଲେ । ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସରେ ଡ: ଭୋରା ସୋଆ ପରିଦର୍ଶନରେ ଆସି ଏକ ଦୁଇ ଦିନିଆ କର୍ମଶାଳାରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଥିଲେ ।

ଇଥିଓପିଆରୁ ଆସି ସୋଆରେ ଡକ୍ଟରେଟ୍ କରୁଥିବା ଛାତ୍ରୀ ସେଗ୍‌ନେଟ ମେନଜିତସୁ ଆବେବେ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.