ଭାରତରେ ଆମେରିକାର ଜନ କେରି :ଧର୍ମେନ୍ଦ୍ରଙ୍କ ସହ ଆଲୋଚନା

0

ନୂଆଦିଲ୍ଲୀ, ଭୁବନେଶ୍ୱର//ତତ୍କାଳ ଓଡ଼ିଶା//ପ୍ରଥମେ ଆମେରିକାର ଉର୍ଜା ସଚିବ ଗ୍ରାନହୋଲମ  ଭରଚୁଆଲ ଜରିଆରେ ‘ସବୁଜ ଉର୍ଜା’ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ I ଦ୍ଵିତୀୟରେ ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି (ଏନଭଏ) ଜନ୍ କେରି ଭାରତ ଗସ୍ତ କରି ସମାନ ପ୍ରସଙ୍ଗରେ ଗୁରୁତ୍ୱାରୋପ କରିଛନ୍ତି I 
   ବୁଧବାର ନୂଆଦିଲ୍ଲୀ ଠାରେ ଭାରତ ଗସ୍ତରେ ଆସିଥିବା ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି (ଏନଭଏ) ଜନ୍ କେରି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ୍ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଭାରତର ଉର୍ଜା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି I ଏହି ବୈଠକ ପରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ ହୋଇଛି I      ଗତ ମାର୍ଚ୍ଚ 29ରେ ଆମେରିକାର ଉର୍ଜା ସଚିବ ଜେନିଫର ଗ୍ରାନହୋଲମ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭର୍ଚୁଆଲ ବୈଠକ ଜରିଆରେ କଥା ହୋଇଥିଲେ । ଆମେରିକାର ଉର୍ଜା ସଚିବ ଗ୍ରାନହୋଲମ ଏ ନେଇ ଏକ ଟ୍ୱିଟ୍ ଜରିଆରେ “ଜୈବଇନ୍ଧନ ଏବଂ ହାଇଡ୍ରୋଜେନ ସମେତ ସବୁଜ ଉର୍ଜାର ବ୍ୟବହାରକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ଏବଂ ଆମେରିକାର ସହଯୋଗ ନେଇ ଥିବା ପ୍ରତିବଦ୍ଧତା” ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି । ଏ ଦିଗରେ ନିରନ୍ତର ଅଭିବୃଦ୍ଧି ଏବଂ ଏଭଳି ଅଧିକରୁ ଅଧିକ ସବୁଜ ପଦକ୍ଷେପ ମାଧ୍ୟମରେ ଦ୍ୱିପାକ୍ଷିକ ସହଯୋଗ ଦିଗରେ ସେ କହିଥିଲେ । ମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ସଚିବ ଗ୍ରାନହୋଲମଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା । 

Leave A Reply

Your email address will not be published.