ଭର୍ତ୍ତୃହରିଙ୍କ ଦାବି, ରେଭେନ୍ସା ହେଉ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

0

ନୂଆଦିଲ୍ଲୀ, କଟକ,//TATKAL ODISHA//

ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଉ । ଏହା ଜାତୀୟ ଏକତା ଏବଂ ଜାତୀୟତା ପ୍ରତିପାଦନ କରୁଥିବା ଚିନ୍ତାଧାରାର ବାହାକ ଥିଲା । ଏନେଇ ସଂସଦରେ ନିମନ୍ତେ ଦାବି କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।


 ମଙ୍ଗଳବାର ଶ୍ରୀ ମହତାବ କହିଛନ୍ତି, ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଭଳି ମହାନ୍ ଶିକ୍ଷାନୁଷ୍ଠାନର ଇତିହାସ ହେଉଛି ଆଧୁନିକ ଓଡ଼ିଶାର ଇତିହାସ । । ୧୮୬୮ରେ ଏକ ଅଗ୍ରଗାମୀ ମହାବିଦ୍ୟାଳୟ ଭାବରେ ପ୍ରତିଷ୍ଠିତହୋଇ ଏହା ୨୦୦୬ରେ ୟୁନିଟାରୀ ବିଶ୍ୱବିଦ୍ୟାଳୟରେ ପରିଣତ ହେଲା । ‘ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏକ୍ସିଲେନ୍‌ସ’ ଭାବରେ ମଧ୍ୟ ଏହା ପରିଗଣିତ ହେଉଛି । ତେଣୁ ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାବରେ ଘୋଷଣା କରିବା ସହ ଏକ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନନ୍ୟ ଅନୁଷ୍ଠାନ ଭାବରେ ବିକଶିତ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଯେହେତୁ ରେଭେନ୍‌ସା ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ଭାବରେ ଅବସ୍ଥିତ ଏବଂ ଏହି ଶିକ୍ଷାନୁଷ୍ଠାନର ସର୍ବୋତ୍ତମ ପରମ୍ପରା ରହିଛି, ତେଣୁ ଏହାକୁ ଶୀଘ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଘୋଷଣା କରାଯିବା ଆବଶ୍ୟକ ବୋଲି ଶ୍ରୀ ମହତାବ ମତରଖିଛନ୍ତି ।

Leave A Reply

Your email address will not be published.