ଭଦ୍ରକ ଟେକ୍ସଟାଇଲ ପାର୍କ : କେନ୍ଦ୍ର ମୁଣ୍ଡରେ ଅଠା

0
  • ମନ୍ତ୍ରୀ ଦେବ କହିଲେ, ବିଷ୍ଣୁ ବାବୁ ଅନ୍ଧାରରେ ବାଡ଼ି ବୁଲାଉଛି
  • ଭୁବନେଶ୍ୱର// TATKAL ODISHA//

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ହେଉଥିବା ଟେକ୍ସଟାଇଲ ପାର୍କ ପାଇଁ 2000 କୋଟି ବ୍ୟୟ ଅଟକଳ ହୋଇଥିଲା I ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ନିମନ୍ତେ 500 କୋଟି ଟଙ୍କା ବ୍ୟୟ କରି ସାରିଲେଣି I ହେଲେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଆଇଓସିଏଲ ପାଇଁ ସବୁ ସମସ୍ୟା ସୃଷ୍ଟି ହୋଇଛି I ଉକ୍ତ ସଂସ୍ଥାର ବୋର୍ଡ ବୈଠକରେ ପ୍ରକଳ୍ପ ନେଇ ମଞ୍ଜୁରୀ ମିଳି ନାହିଁ I ସେଥିପାଇଁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁ ନାହିଁ I

ଶୁକ୍ରବାର ବିଧାନସଭାରେ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ ଏଭଳି କେନ୍ଦ୍ର ମୁଣ୍ଡରେ ଅଠା ବୋଳିଛନ୍ତି I

ପ୍ରଶ୍ନୋତ୍ତର କାର୍ଯ୍ୟକାଳରେ ଶାସକ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ମୁଳ ପ୍ରଶ୍ନ ଓ ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦେବ କହିଥିଲେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ହେଉଥିବା ଟେକ୍ସଟାଇଲ ପାର୍କ ପାଇଁ ମୋଟ 274 ଏକର ଜମି ଅଧିଗ୍ରହଣ ହୋଇଛି I ଏଥିରୁ 69 ଏକର ଜମି ଆଇଓସିଏଲକୁ ଯୋଗାଇ ଦିଆଯାଇଛି I ରାଜ୍ୟ ସରକାର ପାଚେରୀ ନିର୍ମାଣ, ପାଣି ଓ ବିଦ୍ୟୁତ ଲାଇନ ସଂଯୋଗ ଆଦି କାର୍ଯ୍ୟ ଶେଷ ହୋଇଛି I

ମନ୍ତ୍ରୀ କହିଥିଲେ, କେନ୍ଦ୍ର ସରକାରଙ୍କ ଆଇଓସିଏଲ ସଂସ୍ଥା ବିଳମ୍ବ କରୁଥିବା ଯୋଗୁଁ ପ୍ରକଳ୍ପ ଆଗେଇ ପାରୁ ନାହିଁ I ମନ୍ତ୍ରୀ ଏହି କଥା କହୁ ଥିବାବେଳେ ବିଜେପି ସଭ୍ୟମାନେ ନିଜ ନିଜ ଆସନରେ ଛିଡା ହୋଇ ତାଙ୍କୁ ପ୍ରତିବାଦ କରିଥିଲେ I

ଏଥିରେ ମନ୍ତ୍ରୀ ଶ୍ରୀ ଦେବ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କୁ ଲକ୍ଷ୍ୟ କରି “ବିଜେପି ସଭ୍ୟ ବିଷ୍ଣୁ ବାବୁ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି I ଆଗ କେନ୍ଦ୍ର ସରକାର କାହିଁକି ବିଳମ୍ବ କରୁଛନ୍ତି, ତାହା ନ ବୁଝି ଏଠି ପାଟି କଲେ ହେବ ନାହିଁ I”

Leave A Reply

Your email address will not be published.