ବୟୋଜ୍ୟେଷ୍ଠ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ଅସମ୍ମାନ

0
  • ନୂଆଦିଲ୍ଲୀରେ ବିନା ନୋଟିସରେ ଘରୁ ଉଛେଦ


ନୂଆଦିଲ୍ଲୀ //TATKAL ODHISHA//

ବୟୋଜ୍ୟେଷ୍ଠ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ଅସମ୍ମାନ ପ୍ରଦର୍ଶନ କରାଇଯାଇଛି I ତାହା କରିଛି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ I ବିନା ନୋଟିସ୍‌ରେ ତାଙ୍କୁ ଦକ୍ଷିଣ ଦିଲ୍ଲୀ ଏସିଆଡ୍ ଭିଲେକ୍‌ସ୍ଥିତ ସରକାରୀ ଘରୁ ଉଚ୍ଛେଦ କରାଯାଇଛି।

92 ବର୍ଷୀୟ ଓଡ଼ିଶୀ ଗୁରୁ ମାୟାଧର ରାଉତ

ଶିଳ୍ପୀ, କଳାକାର, ଶାସ୍ତ୍ରୀୟ ନୃତ୍ୟାଙ୍ଗନା ତଥା କଳା ଓ ସଂସ୍କୃତି କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ କେନ୍ଦ୍ର ସରକାର ବିବେକାଧୀନ କୋଟାରେ ସରକାରୀ ଗୃହ ଆବଣ୍ଟନ କରିଥାନ୍ତି | ଓଡ଼ିଶୀ ଗୁରୁ ଶ୍ରୀ ରାଉତଙ୍କୁ ୧୯୯୦ରେ ସରକାରୀ ଘର ଆବଣ୍ଟନ କରାଯାଇଥିଲା।

 ହେଲେ ୨୦୦୮ରେ ଆବଣ୍ଟନ ନୀତି ବଦଳା ଯାଇଥିବା ଦର୍ଶାଇ ୨୦୨୦ରେ କେନ୍ଦ୍ର ସରକାର ଘର ଖାଲି କରାଯାଇଛି I

ଶ୍ରୀ ରାଉତଙ୍କୁ ସରକାରୀ ଘରୁ ଉଚ୍ଛେଦ କରିବା ପରେ ଆଉ ୨୦ ଜଣ ଶିଳ୍ପୀ ଓ କଳାକାରମାନଙ୍କୁ ଖୁ ଶୀଘ୍ର ସରକାରୀ ଘରୁ ଉଚ୍ଛେଦ କରାଯିବ ବୋଲି ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଗୁରୁ ଶ୍ରୀ ରାଉତଙ୍କ ଝିଅ ମଧୁମିତା ସୂଚନା ଦେଇଛନ୍ତି I  

Leave A Reply

Your email address will not be published.