ବଡ଼ଧରଣର IPS ଅଦଳବଦଳ: ସଂଜୀବ ପଣ୍ଡା ଗୁଇନ୍ଦା ନିର୍ଦ୍ଦେଶକ
- ପ୍ରତୀକ ସିଂ ଭୁବନେଶ୍ୱର ଡିସିପି
- କଟକ ଡିସିପି ଭାବେ ପିନାକ ମିଶ୍ର
- ବଦଳିଲେ କିଛି ଜିଲ୍ଲାରେ ଏସପି
- ବରିଷ୍ଠ ଓପିଏସ ଅଧିକାରୀ ବି ବଦଳି
ଭୁବନେଶ୍ୱର//TATKAL ODISHA//
ବରିଷ୍ଠ ଆଇପିଏସ ଏବଂ ବରିଷ୍ଠ ଓପିଏସ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଛି I
ଏକାଥରେ 17 ଜଣ ଅଧିକାରୀ ବଦଳିଛନ୍ତି I
ବରିଷ୍ଠ ଆଇପିଏସ ମନୋଜ କୁମାର ଛାବ୍ରା ନୂଆ ଜେଲ ବିଭାଗର ଡିଜି ହୋଇଥିବାବେଳେ ବରିଷ୍ଠ ଆଇପିଏସ ସନ୍ତୋଷ କୁମାର ଉପାଧ୍ୟାୟାଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ଅବସ୍ଥାପିତ କରାଯାଇଛି ।
ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା ହୋଇଥିବା ବେଳେ ଅରୁଣ ବୋଥ୍ରା କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି କରାଯାଇଛି ।
ଏସ.କେ ଗଜଭିୟେ ଆଇଜିପି କମ୍ୟୁନିକେସନ ଭାବେ ଅବସ୍ଥାପିତ ହୋଇଥିଲାବେଳେ ଉମାଶଙ୍କର ଦାସ କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର ହୋଇଛନ୍ତି ।
- ପ୍ରତୀକ ସିଂ ଭୁବନେଶ୍ୱର ଡିସିପି ହୋଇଛନ୍ତି I
- କଟକ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି ।
- ବ୍ରହ୍ମପୁର ଏସପି ହୋଇଛନ୍ତି ଶ୍ରବଣ ବିବେକ I
- ଅଭିଳାଷ ଜୀ କଳାହାଣ୍ଡି ଏସପି ଭାବେ ନିଯୁକ୍ତ କରାଯାଇଛି ।
- ସିଦ୍ଧାର୍ଥ କାଟତିଆଙ୍କୁ ଖୋର୍ଦ୍ଧା ଏସପି
- ଅଲେଖ ପହୀଙ୍କୁ ନୟାଗଡ଼ର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।
- ଏମ ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।
ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I
ଦେଖନ୍ତୁ ତାଲିକା…