ବ୍ଲକ୍ ଦଖଲ କସରତ୍‌: ଅଜ୍ଞାତବାସରେ ସମିତି ସଭ୍ୟ !

0

ଭୁବନେଶ୍ୱର//TATKAL ODISHA //


କିଏ କରିବ ବ୍ଲକ୍ ଦଖଲ? କାହା ପଲ୍ଲା ଭାରି? ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀଗୁଡିକ କଳେ ବଳେ କୋଶଳେ ଦଖଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଏନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ।

ବିଧାୟକମାନେ ଏହାର ମୁଖିଆ ସାଜିଛନ୍ତି । ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜୟୀ ସମିତି ସଦସ୍ୟଙ୍କ ଚାହିଦା କାହିଁରେ କ’ଣ? ସେମାନଙ୍କ ମଧ୍ୟରୁ କିଏ ଜିଲ୍ଲାପାର୍ ତ କି’ଏ ରାଜ୍ୟ ଭିତରେ କେଉଁଠି ଅଜ୍ଞାତବାସରେ ରହିଛନ୍ତି । ଆଉ କିଛି ସଭ୍ୟଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବାର ବ୍ୟବସ୍ଥା କରାଯାଇଥିବା ଶୁଣାଯାଉଛି ।


 ଦଳୀୟ ଚିହ୍ନରେ ଲଢ଼ୁଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୟନ ନେଇ କିଛି ସମସ୍ୟା ନଥିଲାବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନେଇ ସ୍ଥିତି ସ୍ପଷ୍ଟ ହୋଇ ପାରୁନାହିଁ । ଏହାର ମୂଳ କାରଣ ହେଉଛି ସମିତି ସଭ୍ୟମାନେ ବିନା ଚିହ୍ନରେ ନିର୍ବାଚନ ଲଢ଼ିଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ବିଦ୍ରୋହୀ ପ୍ରାର୍ଥୀ ଛିଡ଼ା ହୋଇ ଭୋଟ୍‌କୁ ଭାଗ ଭାଗ କରିବାରେ ସକ୍ଷମ ହୋଇଛନ୍ତି । କେଉଁଠି ସ୍ଥାନୀୟ ବିଧାୟକଙ୍କ ସହ ପଡ଼ୁନାହିଁ ତ ଆଉ କେଉଁଠି ନିଜ ନିଜ ମଧ୍ୟରେ ସଂଘର୍ଷ ।


 ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ପାଇଁ ‘ଦଳ ବଦଳ ନିରୋଧ ଆଇନ’କଡ଼ାକଡ଼ି ଭାବେ ଲାଗୁ ହେଉଥିବାବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ତାହା ଲାଗୁ ହେବ ନାହିଁ । କାରଣ ପଞ୍ଚାୟତ ସମିତି ସଭ୍ୟମାନେ ଦଳୀୟ ଚିହ୍ନରେ ଲଢ଼ି ବିଜୟୀ ହୋଇନାହାନ୍ତି । ତେଣୁ ‘କ୍ରସ୍ ଭୋଟିଂ’ ସମସ୍ୟା ରହିବ । ଯେଉଁମାନେ ମନଇଚ୍ଛା ଭୋଟ୍ ଦେବେ ସେମାନଙ୍କ ସଭ୍ୟପଦ ରଦ୍ଦ ହେବାର ଆଶଙ୍କା ନାହିଁ । ପ୍ରାର୍ଥୀମାନେ ଏଜେଣ୍ଟ କିମ୍ବା ଅନ୍ୟ କ୍ଷମତାସୀନ ଅଧିକାରୀଙ୍କୁ ସେ ଦେଇଥିବା ଭୋଟ୍ ଦେଖାଇବାକୁ ବାଧ୍ୟ ନୁହଁନ୍ତି ।

କେଉଁ ଦିନ ଭୋଟ୍‌?

 ମାର୍ଚ୍ଚ ୧୨ରେ ଓ ୧୫ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ୨୩ରେ ନିର୍ବାଚନ ହେବ । ସେହିପରି ମାର୍ଚ୍ଚ ୪ରେ ବିଜୟୀ ଜିଲ୍ଲା ପରିଷଦ ସଦସ୍ୟଙ୍କ ନାମ ଘୋଷିତ ହେଉଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଲାଗି ମାର୍ଚ୍ଚ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୧୩ରେ ନିର୍ବାଚନ କରାଯିବ । ତେବେ ମାର୍ଚ୍ଚ ୧୭ରେ ଜିଲ୍ଲା ପରିଷଦ ଉପସଭାପତି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ୨୫ରେ ନିର୍ବାଚନ ହେବ ।

Leave A Reply

Your email address will not be published.