ବ୍ରିଜ ଉପରେ ବାଇକ, ବ୍ରିଜ ତଳେ ଆରୋହୀ

0

  • ଭୁବନେଶ୍ୱର ଜୟଦେବ ବିହାରରେ ଘଟିଛି ଅଘଟଣ
  • ହସ୍ପିଟାଲରେ ଗୁରୁତ୍ତର ଆହତ ଯୁବକ ଚିକିତ୍ସାଧୀନ
  • ଭୁବନେଶ୍ୱର//TATKAL ODISHA//

ବାଇକ ଓଭର ବ୍ରିଜ ଉପରେ, ଆରୋହୀ ପ୍ରାୟ 20 ଫୁଟ ତଳେ I ଗୁରୁତ୍ତର ଅବସ୍ଥାରେ ଥିବା ସମ୍ପୃକ୍ତ ଯୁବକଙ୍କୁ ଲୋକେ ଉଦ୍ଧାର କରି ହସ୍ପିଟାଲ ପଠାଇଥଲେ I ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି I 

  ଜୟଦେଵ ବିହାର ଛକ ପାର୍ଶ୍ୱରେ ଏହି ଅଘଟଣ ଘଟିଛି I

ବାଇକ୍ ଆରୋହୀ ଯୁବକ ଜଣକ ରସୁଲଗଡ଼ରୁ ବରମୁଣ୍ଡା ଆଡେ ଦ୍ରୁତ ଗତିରେ ଯାଉଥିଲେ । ଏହି ସମୟରେ ଜୟଦେବ ବିହାର ବ୍ରିଜ ଉପରୁ ସେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ ।

ହେଲେ ତାଙ୍କ ବାଇକ ବ୍ରିଜ ଉପରେ ସ୍ଥାଟିଙ୍ଗ ଅବସ୍ଥାରେ ପଡିଥିଲା I ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ ଓ ସହିଦନଗର ପୋଲିସ ଷ୍ଟେସନ ମିଳିତ ହୋଇ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ I 

Leave A Reply

Your email address will not be published.