ବେଲ୍ଜିୟମରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
-ଗ୍ଲୋବାଲ୍ ୟୁରୋପିଆନ୍ କୋଅପରେଟିଭ୍ କନ୍ଫରେନ୍ସରେ ଯୋଗଦେଇଛନ୍ତି
ଭୁବନେଶ୍ୱର,//TATKAL ODISHA//
ଆଠ ଦିନିଆ ବେଲଜିଅମ ଗସ୍ତରେ ଥିବା ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସେଠାରେ ପହଞ୍ଚିଛନ୍ତି ।
ବେଲ୍ଜିୟମର ଲିୟୁଭେନ ଠାରେ ଆୟୋଜିତ ଆଇସିଏ ସିସିଆର୍ ଗ୍ଲୋବାଲ୍ ୟୁରୋପିଆନ୍ କୋଅପରେଟିଭ କନ୍ଫରେନ୍ସରେ ଭାରତରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି । ଏହି ଗସ୍ତ ସାରି ମନ୍ତ୍ରୀ ଜୁଲାଇ ୧୫ରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।
ଗତ ଶନିବାର ଅପରାହ୍ନରେ ମନ୍ତ୍ରୀ ଶ୍ରୀ ନାୟକ ବେଲଜିୟମ୍ ଅଭିମୁଖେ ଯାତ୍ରା କରିଛନ୍ତି । ଆଜିଠୁ ଅର୍ଥାତ ଜୁଲାଇ ୧୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ହେବ ଆନ୍ତର୍ଜାତିକ ସମ୍ମିଳନୀ । ଏହାର ଶୀର୍ଷକ ରହିଛି ‘ଇନୋଭେସନ ଇନ କୋଅପରେଟିଭ୍ ଗଭର୍ଣ୍ଣାସ୍-ଇକୋସିଷ୍ଟମ୍ ଟୁ ପ୍ରମୋଟ୍ ଦ ଇନୋଭେଟିଭ କାପାସିଟି ଅଫ କୋଅପରେଟିଭସ୍’ । ଏହି ବିଷୟବସ୍ତୁ ଉପରେ ଅନୁଷ୍ଠିତ ସମ୍ମିଳନୀରେ ଅଂଶ ଗ୍ରହଣ କରିଛନ୍ତି ଅତନୁ ।
ତାଙ୍କ ସହିତ ରାଜ୍ୟ ସମବାୟ ବ୍ୟାଙ୍କ୍ର ସଭାପତି ଓ ପରିଚାଳନା ନିର୍ଦ୍ଦେଶକ ଏହି ଗସ୍ତରେ ସାମିଲ ହୋଇଛନ୍ତି ।