ବେଲରେ ମୁକୁଳିଲେ ଦେବଗଡ଼ ବିଧାୟକ
- ଦେବଗଡ଼,ଭୁବନେଶ୍ୱର//TATKAL ODISHA//
ଗିରଫ ହୋଉ ଜେଲରେ ଥିବା ବିଜେପିର ବରିଷ୍ଠ ନେତା ତଥା ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ ବେଲ ପାଇ ମୁକୁଳିଛନ୍ତି ।
ଶନିବାର ପୂର୍ବାହ୍ନରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି I
ଗତ ମଇ ପହିଲାରେ ବିଧାୟକଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ନିଜ ସରକାରୀ ବାସଭବନରେ ଦେବଗଡ ପୋଲିସ ଗିରଫ କରିଥିଲା ।
କମିଶନରେଟ ପୋଲିସ ସୁବାଷଙ୍କୁ ଗିରଫ କରାଗଲା ବେଳେ ଦେବଗଡ ପୋଲିସ ସହାୟତା ଦେଇଛଥିଲା ।
ତାଙ୍କ ବିରୋଧରେ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତି ମାଡ ମାରିବା ନେଇ ଅଭିଯୋଗ କରିଥିଲେ ।
ଏଥିସହିତ ତାଙ୍କର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଥିଲେ ।