ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ସିବିଆଇ ରେଡ୍

0
  • ଷଡଯନ୍ତ୍ର ଭଳି ଲାଗୁଛି,ମୋର କିଛି ଦୋଷ ନାହିଁ : ବିଷ୍ଣୁପଦ

ଭୁବନେଶ୍ୱର//TATKAL ODISHA//

ବ୍ରିଜ୍‌ ଆଣ୍ଡ ରୁଫ୍‌ କମ୍ପାନୀରେ ହୋଇଥିବା କେଳେଙ୍କାରୀ ମାମଲାରେ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ସିବିଆଇ ଦ୍ୱାରା ରେଡ୍ କରାଯାଇଛି ।

ସକାଳ ୮ଟାରୁ ତାହା ଚାଲିଛି I ସିବିଆଇର ୮ ଜଣିଆ ଟିମ୍ ରେଡ୍‌ରେ ସାମିଲ ଅଛନ୍ତି ।

ସିବିଆଇ ରେଡ୍‌କୁ ନେଇ ଆଇଏଏସ୍ ବିଷ୍ଣୁପଦ ସେଠୀ କହିଛନ୍ତି ଯେ,ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ସହିତ ମୋର କୌଣସି ସମ୍ପର୍କ ନାହିଁ । କୌଣସି କାମରେ ଖିଲାପ କରିନାହିଁ । ମୋ ଘରେ ଜୋରଜବରଦସ୍ତ ରେଡ୍‌ ଚାଲିଛି । ମହିଳା ପୋଲିସଙ୍କ ବିନା ରେଡ୍‌ କରାଯାଉଛି ।ଏହା ଏକ ଷଡଯନ୍ତ୍ର ଭଳି ଲାଗୁଛି Iମୋର କିଛି ଦୋଷ ନାହିଁ I

Leave A Reply

Your email address will not be published.