ବିପଦ ଟଳିଛି, ବଦ୍ରିବାବୁ ସୁସ୍ଥ
– ଦୁର୍ବଳ କରଣରୁ କିଛି ଦିନ ହସ୍ପିଟାଲରେ ରହିବେ
ହାଇଦ୍ରାବାଦ, ଭୁବନେଶ୍ୱର//TATKAL ODISHA//
ବଡ଼ ବିପଦ ଟଳିଛି I
ପୂର୍ବତନ ମନ୍ତ୍ରୀ ତଥା ଏବର ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟଲାଭ କରିଛନ୍ତି I
ମାତ୍ର ଶାରୀରିକ ଭାବେ ଦୁର୍ବଳ ଅନୁଭବ କରୁଥିବାରୁ ସେ କିଛି ଦିନ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରହିବେ I
ଏବେ ଶ୍ରୀ ପାତ୍ର ହାଇଦ୍ରାବାଦସ୍ଥ ଏଆଇଜି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି I
ଗତ ସପ୍ତାହରେ ବଦ୍ରିବାବୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରରେ ଆପୋଲୋ ହସ୍ପିଟାଲରେ ପ୍ରଥମେ ଭର୍ତ୍ତି କରାଯାଇ ଦୁଇଟି ଷ୍ଟେନ ଲଗା ଯାଇଥିଲା I ଏହା ସତ୍ୱେ ବି ଛାତି ଭିତରେ ରକ୍ତ ଶ୍ରାବ କମି ନ ଥିଲା I ତେଣୁ ତାଙ୍କୁ ତତ୍କାଳ ଏୟାର ଆମ୍ବୁଲାନ୍ସ ଜରିଆରେ ଡାକ୍ତର ଟିମ ସହ ହାଇଦ୍ରାବାଦ ନିଆ ଯାଇଥିଲା I ସେଠାରେ ଡାକ୍ତରମାନେ ଆବଶ୍ୟକ ପରୀକ୍ଷା – ନିରୀକ୍ଷା କରି ଭେଣ୍ଟିଲେଟରରେ ରଖିଥିଲେ I
ଏବେ ବଦ୍ରିବାବୁ ବିପଦମୁକ୍ତ I ଖୁବଶୀଘ୍ର ସେ ଡିସ୍ଚାର୍ଚ୍ଚ ହୋଇ ଘରକୁ ଫେରିବେ I
- ଦେଖନ୍ତୁ TATKAL ODISHAର ପୂର୍ବ ରିପୋର୍ଟ…
ଚେତା ଫେରିଛି, ଚିହ୍ନୁଛନ୍ତି ବଦ୍ରିବାବୁ
ଚେତା ଫେରିଛି, ଚିହ୍ନୁଛନ୍ତି ବଦ୍ରିବାବୁ