ବିଧାୟକଙ୍କ ଦରମା,ଭତ୍ତା ବୃଦ୍ଧି, ‘କେଁ’ ପୁରାଇଲେ ମୁଣ୍ଡା

0

ଭୁବନେଶ୍ୱର,//TATKAL ODISHA//

  • ବିଧାନସଭା ପରାମର୍ଶଦାତ୍ତା କମିଟି ବୈଠକ ଉପସ୍ଥାନରେ ସ୍ୱାକ୍ଷର କରିଛି, ହେଲେ ଚୁଡ଼ାନ୍ତ ପ୍ରସ୍ତାବ ମୁଁ ଦେଖିନାହିଁ ।
  • – ମୁଁ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଦଳ ‘ସିପିଏମ୍‌’ ବିଧାୟକଙ୍କ ବେତନ, ଭତ୍ତା ଓ ପେନସନ୍ ରାଶି ବୃଦ୍ଧିକୁ ସର୍ବଦା ବିରୋଧ କରିଥାଏ ।
  • – ମୁଁ ଦଳର ନିତିଗତ ନିଷ୍ପତ୍ତି ଓ ନିଜର ବିବେକଦୃଷ୍ଟିରୁ ବିଧାୟକଙ୍କ ଭତ୍ତା, ବେତନ ଭତ୍ତା ଓ ପେନସନ୍ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରୁଛି ।

ବଣାଇର ସିିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓଡ଼ିଶା ବିଧାୟକଙ୍କ ମାସିକ ଦରମା, ଭତ୍ତା ବୃଦ୍ଧି ପ୍ରସଙ୍ଗରେ ଏଭଳି ଢ଼ଙ୍ଗରେ ‘କେଁ’ ପୂରାଇଛନ୍ତି । ସେ କହିଛନ୍ତି ଯେ, ବିଧାୟକଙ୍କ ବେତନ ଓ ଭତ୍ତା ବୃଦ୍ଧି ସମ୍ପର୍କରେ ଓଡ଼ିିଶା ରାଜ୍ୟ ବିଧାନସଭାର ଗୃହ କମିଟି ବିଧାୟକଙ୍କର ଭତ୍ତା, ଦରମା ଆଦି ବୃଦ୍ଧି ନିମନ୍ତେ ପ୍ରସ୍ତାବ ଗ୍ରହଣ କରି ସୁପାରିଶ କରିଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଛି । ହେଲେ ବାଚସ୍ପତିଙ୍କ ନିକଟରେ ଉପସ୍ଥାପିତ ଚୂଡ଼ାନ୍ତ ପ୍ରସ୍ତାବରେ ତାଙ୍କ ମତାମତ ନିଆଯାଇନି ବୋଲି ମତ ଦେଇଛନ୍ତି । ତେଣୁ ବିଧାୟକଙ୍କ ଭତ୍ତା, ବେତନ ଭତ୍ତା ଓ ପେନସନ୍ ବୃଦ୍ଧି ପ୍ରସ୍ତାବକୁ ସେ ବିରୋଧ କରୁଛନ୍ତି ବୋଲି ସେ ମତପ୍ରକାଶ କରିଛନ୍ତି ।

ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା

ବିଧାୟକମାନେ କେତେ ଦରମା, ଭତ୍ତା ପାଉଛନ୍ତି?

 – ବିଧାୟକମାନେ ଏବେ ଦରମା ଓ ଭତ୍ତା ବାବଦରେ ମାସିକ ୯୯ ହଜାର ଟଙ୍କା ପାଉଛନ୍ତି ।

– ଦରମା ବାବଦକୁ ୩୫ ହଜାର, କନ୍‌ଭେନିଏନ୍ସ ଆଲାଉନ୍ସ ୧୫ ହଜାର, ମେଡିକାଲ ଖର୍ଚ୍ଚ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର, ଷ୍ଟାଫ୍ ଖର୍ଚ୍ଚ ପାଇଁ ୨୦ ହଜାର ଓ ବିଦ୍ୟୁତ୍ ଭଡ଼ା ପାଇଁ ୫ ହଜାର ଟଙ୍କା ।

 ବିଧାୟକ ଶ୍ରୀ ମୁଣ୍ଡା କହିଛନ୍ତି ଯେ, ୨୦୧୭ରେ ଶେଷଥର ପାଇଁ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ଗତ ବିଧାନସଭା ମୌସୁମୀ ଅଧିବେଶନରେ ଉଭୟ ଶାସକ ଓ ବିରୋଧୀ ସଭ୍ୟମାନେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ନେଇ ମିଳିତ ଦାବି କରିଥିଲେ । ସିପିଏମ୍ ବିଧାୟକ ଭାବେ ସେ ଏହାକୁ ପସନ୍ଦ କରି ନଥିଲେ । ଏହା ସତ୍ତ୍ୱେ ଓଡ଼ିଶା ବିଧାୟକଙ୍କ ଦରମା ୧ ଲକ୍ଷରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି ହେବାରୁ ବାଚସ୍ପତି ଏଥିରେ ହସ୍ତକ୍ଷେପ କରି ଏକ ପରାମର୍ଶଦାତ୍ତା କମିଟି ଗଠନ କରିବାକୁ ରୁଲିଂ ଦେଇଥିଲେ । ଉକ୍ତ କମିଟି ଅନ୍ୟରାଜ୍ୟର ବିଧାୟକମାନେ କେତେ ଦରମା ଓ ଭତ୍ତା ପାଉଛନ୍ତି ତାହାକୁ ଜର୍ଜମା କରି ଓଡ଼ିଶାରେ ବିଧାୟକଙ୍କ ଦରମା ଓ ଭତ୍ତା କେତେ ବୃଦ୍ଧି ହେବା ଦରକାର ତା’ର ଏକ ବିସ୍ତୃତ ତୁଳନାତ୍ମକ ରିପୋର୍ଟ ପ୍ରସ୍ତୁତ କରିଥିବା ମିଡିଆ ରିପୋର୍ଟରୁ ଜାଣିଥିଲି । ଏହି ଦରମା ଓ ଭତ୍ତା କମ୍ ହେଉଛି ବୋଲି ଅନୁଭବ କରି ବିଧାନସଭା ଦରମା ବୃଦ୍ଧି ପରାମର୍ଶଦାତ୍ତା କମିଟି ବିଧାୟକଙ୍କ ମାସିକ ଦରମା ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସୁପାରିଶ କରିଛି । ଏହାକୁ ଆମେ ଘୋର ବିରୋଧ କରୁଛୁ ବୋଲି ଶ୍ରୀ ମୁଣ୍ଡା ସ୍ପଷ୍ଟ କରିଛନ୍ତି ।

 

Leave A Reply

Your email address will not be published.