ଶୀତ ଅଧିବେଶନ ଆରମ୍ଭ: ଭିତରେ ଶୋକ, ବାହାରେ “ମମିତା ତାତି”

0

ବିଧାନସଭା ଗେଟ୍ ସମ୍ମୁଖୀରେ  କଂଗ୍ରେସ ସଭ୍ୟମାନେ ପ୍ଲାକାର୍ଡ ଧରି ଧାରଣା ଦେଲେ

  • ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ପାଇଁ ଅଡ଼ି ବସିଲେ
  • ଶୋକ ପ୍ରସ୍ତାବ ପରେ ପ୍ରଥମାର୍ଦ୍ଧ ବୈଠକ ମୁଲତଵୀ

ଭୁବନେଶ୍ୱର//TATKAL ODISHA//

ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି I ତାହା ଡିସେମ୍ବର 31 ଯାଏ ଚାଲିବ I ଏହି ଅବଧି ମଧ୍ୟରେ 26 କାର୍ଯ୍ୟକାରୀ ଦିବସ ରହିଛି I ଗୃହ ହୁଲସ୍ତୁଲ ହେବ ଆଶଙ୍କା କରାଯାଇଥିଲା I ତାହାହିଁ ହୋଇଛି Iଚଳିତ ଅଧିବେଶନରେ ମମିତା ପ୍ରସଙ୍ଗ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ରଣନୀତି କରିଛି I

ଶୋକ ପ୍ରସ୍ତାବ

ଗୃହ ଆରମ୍ଭ ହେବା ପୂର୍ବରୁ ବିଧାନସଭା ଗେଟ୍ ଆଗରେ କଂଗ୍ରେସ ସଭ୍ୟମାନେ ଧାରଣା ଦେଇଥିଲେ  । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସେମାନେ ବିଧାନସଭା ଭିତର ଦ୍ୱାର ସମ୍ମୁଖରେ ପ୍ଲାକାର୍ଡ ଧରି  ଧାରଣା ଦେଇଥିଲେ I 

    କଂଗ୍ରେସ ବିଧାୟକ ତାରା ବାହିନୀପତି ଏହାର ନେତୃତ୍ୱ ନେଇଥିଲେ I ମହମ୍ମଦ ମୋକିମ୍ ଓ ଅନ୍ୟ କଂଗ୍ରେସ ସଭ୍ୟମାନେ  ଗେଟରେ   ତାଲା ପକାଇ ଦେଇଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହରେ ପ୍ରବେଶ କରାଇ ନଦେବାକୁ ନିଜ ଜିଦରେ ଅଟଳ ରହିଥିଲେ I ପରେ ସଭ୍ୟମାନେ ଗୃହ ପ୍ରବେଶ କରିଥିଲେ I

ଗ୍ରହ ଆରମ୍ଭ ହେବା ପରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା I ଶୋକ ପ୍ରସ୍ତାବ ପରେ ପ୍ରଥମାର୍ଦ୍ଧ ବୈଠକ ମୁଲତଵୀ କରିଥିଲେ ବାଚସ୍ପତି ଡ ସୂର୍ଯ୍ୟ ନାରାୟଣ ପାତ୍ର I

Leave A Reply

Your email address will not be published.