ବିଧାନସଭା ବନ୍ଦ୍‌: ମାତ୍ର ଚାଲିଲା 4 ଦିନ

0


ଭୁବନେଶ୍ୱର,//TATKAL ODISHA//

ଛବିଶ ଦିନ ପୂର୍ବରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହୋଇଛି। ହେଲେ ଏହାକୁ ସହଜରେ ହଜମ କରି ପାରିନାହାନ୍ତି ବିରୋଧୀ ବିଜେପି ଓ କଂଗ୍ରେସ I

  • ଦେଶଦ୍ରୋହର କାମ : ତାରା ବାହିନୀ ପତି
  • ଜନବିରୋଧୀ ନିଷ୍ପତ୍ତି : ମୋହନ ଚରଣ ମାଝୀ

କୌଣସି ବିଜନେସ୍ ନାହିଁଁ: ପ୍ରଶାନ୍ତ ମୁଦୁଲି

ଗତ ୨୧ ତାରିଖ ଦିନ ଆରମ୍ଭ ହୋଇଥିବା ବିଧାନସଭା ୪ଟି କାର୍ଯ୍ୟ ଦିବସ ପରେ ମୁଲତବୀ ହୋଇଛି । ଡିସେମ୍ବର ୩୦ ପର୍ଯ୍ୟନ୍ତ ତାହା ଚାଲିବାର ଥିଲା I ୨୬ଟି କାର୍ଯ୍ୟ ଦିବସ ବାକି ରହିଛି I

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ । ଏହାକୁ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ଓ ଭୁପିନ୍ଦର ସିଂ ସମର୍ଥନ ଜଣାଇଥିଲେ ।

ତେବେ ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର କକ୍ଷ ତ୍ୟାଗ କରିଥିଲେ ।

ବାଚସ୍ପତି ପ୍ରମିଳା ମଲ୍ଲିକ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ଶୀତକାଳୀନ ଅଧିବେଶନ ମାତ୍ର ୪ ଦିନ ଚାଲିଥିଲା । ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବି ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ପ୍ରବଳ ହୋହାଲ୍ଲା ହୋଇଥିଲା ।

Leave A Reply

Your email address will not be published.