ବିଜେପି ବିରୋଧରେ ବିଜେଡିର ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ସିଇସିଙ୍କ ଠାରେ ଫେରାଦ

0

ତ କେନ୍ଦ୍ର ସରକାରଙ୍କ ପୋଷ୍ଟର, ବ୍ୟାନର

  •   
  • ଭୁବନେଶ୍ୱର,//

    ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟି ବିଜେଡି ପ୍ରତିନିଧି ଦଳ ବିଜେପି ବିରୋଧରେ ଆଚରଣ ଵିଧି ଉଲ୍ଲଙ୍ଘନ ଅଭିଯୋଗରେ ଲିଖିତ ଅଭିଯୋଗ କରିଛି I

ପ୍ରତିନିଧି ଦଳ କହିଛି ଯେ,ତ୍ରି -ସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିିଛି I ଏହା ସତ୍ତ୍ୱେ ରାଜ୍ୟର ବିଭିନ୍ନ ଟ୍ରାଫିକ ଛକ, ପେଟ୍ରୋଲ ପମ୍ପ, ବିମାନବନ୍ଦର, ଜାତୀୟ ରାଜପଥ କଡ଼, କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କର ବଡ଼ ବଡ଼  ହୋଡିଂ ଓ ବ୍ୟାନ୍‌ର ଲାଗିଛି । ତାହା  ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଥିବାରୁ ତୁରନ୍ତ ହଟାଯାଉ

ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କିତ ବ୍ୟାନର, ପୋଷ୍ଟର ହଟିବା ଦରକାର I କାରଣ ପଞ୍ଚାୟତ ନିର୍ବାଚନ ନେଇ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିିଥିବା ବେଳେ ବିଭିନ୍ନ ସରକାରୀ ଯୋଜନାର ହୋଡିଂ, ବ୍ୟାନ୍‌ର ହଟାଇବାର ନିୟମ ରହିଛି ।

ବିଜେଡିର ପ୍ରତିନିଧି ଦଳରେ ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର, ଦଳୀୟ ମୁଖପାତ୍ର ଲେନିନ୍ ମହାନ୍ତି, ସୁଲତା ଦେବ, ଶ୍ରୀମୟୀ ମିଶ୍ର, ଏଲିନା ଦାସ ଓ ଇପ୍‌ସିତା ସାହୁ ପ୍ରମୁଖ ସାମିଲ ଥିଲେ I 

Leave A Reply

Your email address will not be published.