ବିଜେପିକୁ ବାଏ ବାଏ, ଧରିବେ ବିଆରଏସ ମଙ୍ଗ
- କହିଲେ, ବିଜେପି ତାଙ୍କୁ ଅଣଦେଖା କରିଛି
- ଭୁବନେଶ୍ୱର,//TATKAL ODISHA// :
ସବୁ କଳ୍ପନା-ଜଳ୍ପନାର ଅନ୍ତ ଘଟିଛି I ଶେଷରେ ରାଜନୀତିର ଦୋଛକିରେ ଥିବା ଗମାଙ୍ଗ ବାପା-ପୁଅ ବିଜେପିକୁ ବାଏ ବାଏ କରି ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି I ଯାହା ଜଣାପଡୁଛି ଉଭୟ ଏଇ ନିକଟରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସର ଯୋଗଦେବେ I
ବୁଧବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ଛାଡ଼ିଥିବା କଥା ସ୍ପଷ୍ଟ କରିଛନ୍ତି ପୁତ୍ର ଶିଶିର ଗମାଙ୍ଗଙ୍କ ଉପସ୍ଥିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ।
‘ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ମୁହଁ ଘୋଷଣା ନକଲେ ଜିତିପାରିବ ନାହିଁ’- ଶିଶିର ଗମାଙ୍ଗ
ସେ କହିଛନ୍ତି ଯେ, ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା I ଦକ୍ଷିଣ ଓଡ଼ିଶାର ଜଣେ ନେତାଙ୍କ ଇଙ୍ଗିତ ରେ ଏପରି ହେଉଥିଲା I ଦଳର ପ୍ରାଥମିକ ସଦସ୍ୟ ପଦରୁ ମୁଁ ଇସ୍ତଫା ଦେଇଛି I ମୋ ପୁଅ ଶିଶିର ବି ଦଳ ଛାଡ଼ିଛି I ଇସ୍ତଫା ପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ପଠାଇ ଦେଇଛୁ I
କେବେ ବିଆରଏସ ଦାୟିତ୍ୱ ନେବେ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଗମାଙ୍ଗ କହିଛନ୍ତି ଯେ, ସମୟ ଆସିଲେ ସୂଚନା ଦେବି I