ବିଜେଡି ପ୍ରଚାର କମିଟି ଅଧ୍ୟକ୍ଷ ହେବେ ପାଣ୍ଡିଆନ ?

0
  • ଡିସେମ୍ବର 14ରେ ରାଜ୍ୟ କାର୍ଯ୍ୟକାରେଣୀରେ ନିଷ୍ପତ୍ତି!
  • ଏକାଥରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବା ସମ୍ଭାବନା
  • ଡିସେମ୍ବର 26 ବିଜେଡି ପ୍ରତିଷ୍ଠା ଦିବସରେ ଘୋଷଣା!!

ଭୁବନେଶ୍ୱର//TATKAL ODISHA//

ଆଇଏଏସ୍ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ୫-ଟି ଓ  ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଗାମୀ ଦିନରେ କି ଭୂମିକା ନେବେ? କାର୍ଯ୍ୟକାରୀ ସଭାପତି ନା ଆଉକିଛି??

   ଏଭଳି ପ୍ରଶ୍ନ ଏବେ କେବଳ ଦଳ ଭିତରେ ନୁହେଁ ବିରୋଧୀ ଶିବିରରେ ବି ଢେର ଚର୍ଚ୍ଚା I ତେବେ ଏହି ଚର୍ଚ୍ଚା ଖୁବଶୀଘ୍ର ପରିସମାପ୍ତି ହେବାକୁ ଯାଉଛି I ଚଳିତ ମାସ ୧୪ରେ ଗୁରୁତ୍ୱପୂର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ତାହା ସ୍ପଷ୍ଟ ହୋଇ ଯିବ I  ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ଦିନ ପାଣ୍ଡିଆନଙ୍କ ନୂଆ ଦାୟିତ୍ୱ କଥା ଅନୁଷ୍ଠାନିକ ଘୋଷଣା କରାଯିବ I

  • ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ କେଉଁ ପଦରେ ଆସୀନ କରିବେ?? ତାହା ବଡ଼ ପ୍ରଶ୍ନ I

 TATKAL ODISHA ଏନେଇ କିଛି ଭିତିରିଆ ଖବର ନେବାକୁ ଚେଷ୍ଟା କରିଥିଲା I ସୂଚନାନୁସାରେ ପାଣ୍ଡିଆନଙ୍କୁ ଏକାଥରେ ଦୁଇଟି ପଦବୀ ମିଳିବ I

  • 1. 2024 ନିର୍ବାଚନ ପାଇଁ ‘ବିଜେଡି ପ୍ରଚାର କମିଟି ଅଧ୍ୟକ୍ଷ’ I
  • 2. ଦଳରେ ‘ସାଙ୍ଗଠନିକ ମୁଖ୍ୟ ସଂଯୋଜକ’ I
    ଏଥିପାଇଁ ଚଉଦରେ ଅନୁଷ୍ଠିତ ଦଳୀୟ ନୀତି ନିର୍ଦ୍ଧାରଣ ବୈଠକରେ ବଡ଼ ନିଷ୍ପତ୍ତି ନିଆଯିବ । ଏବର ବିଜେଡି ସାଙ୍ଗଠନିକ ସମ୍ପାଦକ ପାଣ୍ଡିଆନ ବାବୁଙ୍କୁ ରିପୋର୍ଟ କରିବେ ବୋଲି ଶୁଣିବାକୁ ମିଳୁଛି I

ଆବଶ୍ୟକ ପଡ଼ିଲେ ଦଳର ସାମ୍ବିଧାନ ବଦଳିବ I ପଦ ଘୋଷଣା ପରେ ପାଣ୍ଡିଆନ ବାବୁ ଅସଲ ମୈଦାନକୁ ଉଲ୍ହାଇବେ ଓ ବିରୋଧୀଙ୍କ ଶାଣିତ ଆକ୍ରମଣକୁ ମୁକାବିଲା କରିବେ I ଏହାପରେ ଓଡ଼ିଶା ରାଜନୀତି ରୋଚକ ସ୍ତରକୁ ଯିବ ବୋଲି ଅନୁମାନ କରାଯାଉଛି I

ତେବେ କାର୍ଯ୍ୟକାରିଣୀ ବୈଠକ ସଂକ୍ରାନ୍ତରେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଆସିନାହିଁ କି ନିଜେ ପାଣ୍ଡିଆନ ନୂଆ ପଦ ବିଷୟରେ କିଛି ଘୋଷଣା କରିନାହାନ୍ତି I

  • ଡିସେମ୍ବର 26ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ I
  • ମୁଖ୍ୟମନ୍ତ୍ରୀ ନିଜେ ପାଣ୍ଡିଆନଙ୍କ ନୂଆ ଆସୀନ ପଦବୀ କଥା ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି I

Leave A Reply

Your email address will not be published.