ବିଜେଡି ନବକଳେବର? ସୁଶାନ୍ତଙ୍କୁ ପଶ୍ଚିମ, ପ୍ରଦୀପଙ୍କୁ ଦକ୍ଷିଣ, ବବିଙ୍କୁ ସମଗ୍ର ଓଡ଼ିଶା??

0

ଭୁବନେଶ୍ୱର// TATKAL ODISHA//EXCLUSIVE//


ମନ୍ତ୍ରୀ ମଣ୍ଡଳ ‘ନବକଳେବର’ ପରେ ବିଜେଡିର ସାଂଗଠନିକ କ୍ଷେତ୍ରର ‘ନବକଳେବର’ ହେଉଛି? ୨୦୨୪ ନିର୍ବାଚନକୁ ନଜରରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନୂଆ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ବିଶେଷସୁତ୍ରରୁ ମିଳିଥିବା ସୂଚନାନୁସାରେ ରାଜନୈତିକ ଗୁରୁତ୍ୱ ଦୃଷ୍ଟିରୁ ଓଡ଼ିଶାର ଭୌଗଳିକ ଅଞ୍ଚଳକୁ ଚାରୋଟି ଜୋନରେ  ବିଭକ୍ତ କରାଯାଇଛି ।

ତେବେ ବିଜେଡି ପକ୍ଷରୁ ଅନୁଷ୍ଠାନିକ କିଛି ଘୋଷଣା ହୋଇନାହିଁ…

* ଜୋନଗୁଡ଼ିକ ହେଉଛି –

* ପଶ୍ଚିମ, ଦକ୍ଷିଣ, ଉତ୍ତର ଓ ଉପକୂଳ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ


ନିର୍ବାଚନ ପୂର୍ବରୁ ବିଜେଡିର ଷ୍ଟ୍ରାଟେଜି 
 – ପ୍ରତି ଜୋନ ଅଧୀନରେ ରହିବ ‘କୋଡିନେସନ ସେଲ

ସିନିଅର ଅବଜରଭର ଅଧୀନରେ  ‘କୋଡିନେସନ ସେଲ’-

– କୋଡିନେସନ ସେଲ ଅଧୀନରେ 4 ଜଣ ‘ସାଧାରଣ ସମ୍ପାଦକ

‘- ଜିଲ୍ଲା ସ୍ତରରେ ଏଣିକି ‘ସଂଗଠନ ସମ୍ପାଦକ’

ସବୁ ଜିଲ୍ଲା ଉଇଙ୍ଗରେ ‘ଗଣମାଧ୍ୟମ ସଂଯୋଜକ


*****************************************

– ଜୋନ ବ୍ୟତୀତ ମୟୁରଭଞ୍ଜକୁ ସ୍ୱତନ୍ତ୍ର ଫୋକସ

– ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଅଧୀନରେ ଏହି ଜିଲ୍ଲା ରହିବ

*********************************************

 ନବଗଠିତ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନଥିବା ପୂର୍ବତନ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ନେଇ ଅନେକ କିଛି କଥା ଶୁଣାଯାଇଥିଲା । କିଏ କେତେପ୍ରକାର କଥା କହିଥିଲେ । ହେଲେ କଥାଟି ସତ ନୁହେଁ। ସୁପ୍ରିମୋ ଶ୍ରୀ ପଟ୍ଟନାୟକ ସୁଶାନ୍ତଙ୍କ ଉପରେ ଭରଷା ରଖି ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେ ପଶ୍ଚିମ ଓଡ଼ିଶାର ପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱରେ ରହିବେ I
ସୂଚନାନୁସାରେ…

– ସୁଶାନ୍ତ ସିଂହ- ପଶ୍ଚିମ ଓଡ଼ିଶା ରାଜନୈତିକ ବ୍ୟାପର ମୁଖ୍ୟ
– ପ୍ରଦୀପ ମାଝୀ – ଦକ୍ଷିଣ ଓଡ଼ିଶା 
ବିଜେଡି ସାଙ୍ଗଠନିକ ମୁଖ୍ୟ

 – ବବି ଦାସ- ସମଗ୍ର ରାଜ୍ୟର ସମନ୍ୱୟ ସହ ଉତ୍ତର ଓଡ଼ିଶା ଦାୟିତ୍ୱ

ସୁପ୍ରିମୋ କଣ ଚାହୁଁଛନ୍ତି?

ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି, ସେମାନେ ସିଧାସଳଖ ସାଙ୍ଗଠନିକ ପଦବୀରେ ରହିବେ ନାହିଁ I ମାତ୍ର ନିର୍ବାଚନ ପରିପ୍ରରକ୍ଷୀରେ ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରି ସମାଜର ଶେଷ ପାହାଚରେ ଥିବା ଲୋକଙ୍କୁ ସେବା ଯୋଗାଇବେ I ସରକାରଙ୍କ ଜନହିତକାରୀ ଯୋଜନା ସବୁକୁ ଲୋକଙ୍କ ନିକଟରେ ପହଞ୍ଚାଇବେ I

ଅନ୍ୟ ପକ୍ଷରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଦାୟୀ ମନ୍ତ୍ରୀ ବିକ୍ରମ ଆରୁଖ, ପ୍ରତାପ ଜେନା, ଡ. ଅରୁଣ ସାହୁ, ସୁଶାନ୍ତ ସିଂହ, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାରାଣ୍ଡି, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପ୍ରେମାନନ୍ଦ ନାୟକ ଏବଂ ପଦ୍ମିନୀ ଦିଆନ ପ୍ରମୁଖଙ୍କୁ ନବୀନ ନିବାସରୁ ଡାକି ପ୍ରାୟ 40 ମିନିଟ ଆଲୋଚନା କରିଥିଲେ I

 ମୁଖ୍ୟମନ୍ତ୍ରୀ କହିଥିଲେ,ଦକ୍ଷତା ଆଧାରରେ କାହାକୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇନାହିଁ । ମନ୍ତ୍ରିମଣ୍ଡଳ ଅଦଳ ବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା । ତେଣୁ ଆପଣମାନେ ଦଳ ପାଇଁ କାମ କରନ୍ତୁ ଏବଂ ସଂଗଠନ କଥା ବୁଝନ୍ତୁ I ଖୁବଶୀଘ୍ର   ସଂଗଠନ ଦାୟିତ୍ୱ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଥିଲେ I

ବିଜେଡି ଯେଉଁ ରଣନୀତି ପ୍ରସ୍ତୁତ କରିଛି ଏଥିରେ କେତେଦୂର ସଫଳ ହେଉଛି 2024 ନିର୍ବାଚନ ପରେ ସ୍ପଷ୍ଟ ହେବ I

Leave A Reply

Your email address will not be published.