ବିଜେଡି ଛାଡ଼ିଲେ ସଂଜୀବ ସାହୁ, ବିଜେପିରେ ଯୋଗଦେବେ?

0

* ଇସ୍ତଫା ପତ୍ରକୁ ଦଳ ସୁପ୍ରିମୋଙ୍କ ପାଖକୁ ପଠାଇଲେ 

ଭୁବନେଶ୍ୱର//TATKAL ODISHA//

 ପୂର୍ବତନ ମନ୍ତ୍ରୀ ଓ ବିଜେଡ଼ିର ବରିଷ୍ଠ ନେତା ସଞ୍ଜୀବ ସାହୁ ଦଳରୁ ଇସ୍ତଫା   ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ହେଲେ ସେ କେଉଁ ଦଳରେ ଯୋଗଦେବେ ସ୍ପଷ୍ଟ କରି  ନ ଥିଲେ ହେଁ ବିଜେପିରେ ଯୋଗଦେବେ ବୋଲି  TATKAL ODHISHAକୁ ପରୋକ୍ଷ ସୂଚନା ଦେଇଛନ୍ତି I

  ସଂଜୀବ ବାବୁ ୨୦୦୦ରୁ କ୍ରମାଗତ ୪ ଥର ବିଧାନସଭାକୁ ନିର୍ବାଚିତ ହେବା ସହ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ I ସେ  ୨ ଥର ବୀରମହାରାଜପୁର ଏବଂ ୨ ଥର ଆଠମଲ୍ଲିକରୁ  ଥିଲେ ବିଧାୟକ । ତେବେ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା ।ସେବେଠାରୁ ତାଙ୍କର ଦଳରେ ଗୁରୁତ୍ୱ ରହୁ ନଥିଲା I ସେଥିପାଇଁ  ଶ୍ରୀ ସାହୁ ଦଳ ଛାଡ଼ିଥିବା କୁହାଯାଉଛି I  ବିଜେପିରେ ଯୋଗ ପରେ ତାଙ୍କର ଗୁରୁତ୍ବ କେତେ ରହୁଛି ଦେଖିବା କଥା I 

Leave A Reply

Your email address will not be published.