ବିଜେଡିରେ ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ

0
  • ବବି କହିଲେ, ଦଳ ଆହୁରି ମଜଭୁତ ହେଉଛି
  • ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଶୈଳୀରେ ଆକୃଷ୍ଟ : ଚନ୍ଦ୍ରଶେଖର

 
ଭୁବନେଶ୍ୱର//TATKAL ODISHA//

  • କର୍ମୀ, ସମର୍ଥକ ବି ବିଜେଡିରେ ସାମିଲ


ପଞ୍ଚାୟତ ଓ ପୌର  ନିର୍ବାଚନ ଯେତେ ପାଖେଇ ଆସୁଛି ଓଡ଼ିଶା ରାଜନୀତି ସେତେ ଉଷ୍ଣ ହେବାରେ ଲାଗିଛି I ସବୁ ରାଜନୈତିକ ଦଳ ଏନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି I ଆୟାରାମ ଓ ଗାୟାରାମଙ୍କ ଭିଡ଼ ବି ଜମୁଛି I ଏଭଳି ସ୍ଥିତିରେ ହେଭି ୱେଟ ରାଜନେତାଙ୍କ ଚାହିଦା କାହିଁରେ କ’ଣ ରହିଛି I ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଶୈଳୀରେ ସେ ଆକୃଷ୍ଟ ବୋଲି ଚନ୍ଦ୍ରଶେଖର ପ୍ରକାଶ କରିଛନ୍ତି I


    ବିଜେଡ଼ି ଏକ ପାଦ ଆଗକୁ ପକାଇଛି I ବହୁ ନୂଆ ପୁରୁଣା ନେତା ଦଳ ପ୍ରତି ଆକୃଷ୍ଟ ହୋଇ ଯୋଗ ଦେଉଛନ୍ତି I ବୁଧବାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ କଂଗ୍ରେସକୁ ବାଏ ବାଏ କରି ବିଜେଡିରେ ନିଜ କର୍ମୀ ଓ ସମର୍ଥକଙ୍କ ସହ ଯୋଗଦାନ କରିଛନ୍ତି I ୨୦୧୪ରେ ଶ୍ରୀ ମାଝୀ କୋରାପୁଟ କୋଟପାଡରୁ ବିଧାୟକ ଥିଲେ I ୨୦୧୯ରେ ବିଜେଡି ନେତ୍ରୀ ବା ବୟନଶିଳ୍ପ ମନ୍ତ୍ରୀ ପଦ୍ମିନ ଦିଆନଙ୍କ ଠାରୁ ୨ ହଜାର ଭୋଟରେ ହାରିଯାଇଥିଲେ I ଏବେ ସେ ବିଜେଡିରେ ଯୋଗଦାନ ପରେ ଦଳର ସଂଗଠନ ମଜଭୁତ ହୋଇଛି ବୋଲି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି I


    ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବଙ୍କ ବ୍ୟତୀତ ପ୍ରତାପ ଦେବ, ସୁବାଷ ସିଂ, ରବି ନନ୍ଦ, ରମେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.