ବା ବାରେ ପ୍ରଶାସନ : ସରକାରୀ ନଥିରେ କ୍ଷୁଦ୍ର ଚାଷୀ ଚାକିରିଆ
କାଳିଆ କେଳେଙ୍କାରୀ
ନର୍ଲା, କଳାହାଣ୍ଡି (ପ୍ରଦୀପ କୁମାର ଗଉଡ): କାଳିଆ ଯୋଜନା I ଯେତେ ଅଜବ, ସେତେ ଗଜବ I କିମ୍ବୁତ କିମାକାର ସ୍ଥିତି I ପ୍ରଶାସନର ପରିବା ପଣିଆ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ I ସରକାରୀ ନଥିରେ କ୍ଷୁଦ୍ର ଚାଷୀ ଚାକିରିଆ I ଶୁଣିଲେ ଯେ କେହି ହାତବାକ ହୋଇଯିବ I ଏହାକୁ ନେଇ କଳାହାଣ୍ଡି ଜିଲ୍ଲାର ଗୁଞ୍ଜରଣ ଦାନା ବାନ୍ଧିଛି I

ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ଯୋଡାବନ୍ଧ ଗ୍ରାମରେ। ଗ୍ରାମର ଜଣେ ଗରିବ ଚାଷୀ ହେଲେ ନୃପରାଜ ଜାନୀ I ବୟସ ପାଖାପାଖି ସତୁରୀ। ତେବେ ସେ କାଳିଆ ଯୋଜନାରେ ସାମିଲ ହୋଇ ପ୍ରଥମ କିସ୍ତି ଅର୍ଥ ପାଇବା ପରେ ବର୍ତ୍ତମାନ ତାଙ୍କୁ ସରକାରୀ ଚାକିରିଆର ମାନ୍ୟତା ମିଳିଛି।
ଏ କଥା ଆମେ କହୁ ନାହୁଁ ଯାହା କହୁଛି ସରକାରୀ ନଥିପତ୍ର।ରାସନ କାର୍ଡ,ଜବକାର୍ଡ ପୁଣି ବିପିଏଲ ତାଲିକାରେ ଅନ୍ତର୍ଭୁକ୍ତ ଏହି ଚାଷୀଙ୍କୁ କାଳିଆ ଟଙ୍କା ଫେରସ୍ତ ପାଇଁ ପତ୍ର ଆସିଛି ଏବଂ ଚାକିରି ନ ଥାଇ ପୁଣି ଉଲ୍ଲେଖ ରହିଛି ସରକାରୀ ଚାକିରିଆ।
ନାମମାତ୍ର ଚାଷୀ ନୃପରାଜ ଓ ତାଙ୍କ ସ୍ତ୍ରୀ ଅଯୋଧ୍ୟା ଜାନୀଙ୍କୁ ଏବେ ନିଦ ଲାଗୁନି କିପରି କାଳିଆ ଟଙ୍କା ଫେରସ୍ତ କରିବେ ସହେ ଚିନ୍ତାରେ ଦୁଇ ପ୍ରାଣୀ।ଗତ ୫ବର୍ଷ ପୂର୍ବେ ନିଜ ଘର ଭାଙ୍ଗିବା ଯୋଗୁଁ ଭାଇ ଘରେ ଆଶ୍ରୟ ନେଇ ଘର ଡିହକୁ ବିକ୍ରି କରି ବସିଥିବା ଏହି ଗରିବ ପ୍ରତି ସରକାରୀ ଯୋଜନାର ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ସହ ପରିବାରକୁ ପୁଣିଥରେ କାଳିଆ ଯୋଜନାରେ ସାମିଲ ପାଇଁ ଦାବି ହେଉଛି।