ବାଲିଯାତ୍ରା ଉପରେ ହୃଦୟକୁ ଛୁଇଁଲା ଭଳି ନୂଆ ଗୀତ-ଯା’ରେ ଡଙ୍ଗା ଯା..
- ସତ୍ୟବ୍ରତ ସାହୁଙ୍କ କଣ୍ଠରେ ଶୁଣନ୍ତୁ ଭିନ୍ନ ସ୍ୱାଦର ଗୀତ
ଭୁବନେଶ୍ୱର //TATKAL ODISHA//MUSIC //
ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ
ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ “II
କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ ।
କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଓଡ଼ିଆ ପରମ୍ପରାର ନିଚ୍ଛକ ପ୍ରତିଛବି I
ଆଜିର ଏଇ ପୁର୍ଣିମା ଦିନ ଓଡ଼ିଆ ଲୋକେ ବୋଇତ ବନ୍ଦାଣ କରିବା ସହ ବିଭିନ୍ନ ମନ୍ଦିରରେ ଦିଅଁ ଦର୍ଶନ ସହ ଦୀପଦାନ କରିଛନ୍ତି I ସେହିପରି ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରିଛନ୍ତି ।
ବିଶିଷ୍ଟ କଣ୍ଠ ଶିଳ୍ପୀ ଓ ପ୍ରଶାସକ ସତ୍ୟବ୍ରତ ସାହୁ ଏହି ପବିତ୍ର କାର୍ତ୍ତିକ ପୁର୍ଣିମା ଓ ବାଲିଯାତ୍ରା ଉପରେ ହୃଦୟକୁ ଛୁଇଁଲା ଭଳି ଗୀତ ଗାନ କରିଛନ୍ତି….. ଶୁଣନ୍ତୁ…
- କଣ୍ଠ – ସତ୍ୟବ୍ରତ ସାହୁ
- ରଚନା –ଅରୁଣ ମନ୍ତ୍ରୀ
- ସଂଗୀତ –ବିଜୟ ଜେନା