ବାଲିଅନ୍ତାରେ ଛେଳି ମଡ଼କ : ଚାଷୀ ସର୍ବସ୍ବାନ୍ତ

0

  • ବର୍ତ୍ତମାନ ସୁଦ୍ଧା 80ରୁ ଅଧିକ ମେଣ୍ଢା,125ରୁ ଅଧିକ ଛେଳି ମରିଛନ୍ତି
  • ଭୁବନେଶ୍ୱର//TATKAL ODHISHA//


 ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଇଲାକାରେ ଛେଳି ମଡ଼କ ହୋଇଛି I ସପ୍ତାହରେ 76 ଛେଳି ମ

ରିଛନ୍ତି I ଫଳରେ ଛେଳି ପାଳନ କରି ଜୀବିକା ନିର୍ଭର କରୁଥିବା ଚାଷୀ ସର୍ବସ୍ୱାନ୍ତ ହୋଇ ଦୁଃଖରେ ଜୀବନ ବିତାଉଛନ୍ତି I


     ମିଳିଥିବା ସୂଚନାନୁସାରେ ପ୍ରଥମେ 50ରୁ ଅଧିକ ମେଣ୍ଢା ମରିଥିଲେ I ଏବେ ପ୍ରାୟ ସବୁ ଘରେ ଶତାଧିକ ଛେଳି ମରୁଛନ୍ତି I କୌଣସି ଅଜଣା ରୋଗ ଵ୍ୟାପୀଥିବା କୁହାଯାଊଛି I

 କାକରୁଦ୍ରପୁର ପଞ୍ଚାୟତ ବେହେରା ସାହିରେ ୬୯  ଲୋଗାକ୍ରାନ୍ତ ଛେଳି ମରିଛନ୍ତି। ଆହୁରି ୧୦ରୁ ଅଧିକ ମେଣ୍ଟା ସେଠାରେ ଆକ୍ରାନ୍ତ ଥିଲେ।  ପ୍ରତାପରୁଦ୍ରପୁର ଗାଁର କାଶୀନାଥ ଲୋକଙ୍କର ୩୦ଟି ଛେଳି ମରିଛନ୍ତି  ଓ  ୫ଟି ଚିକିତ୍ସାଧୀନ ଅଛି I  ବିଜୟରାମ ଭୋଳଙ୍କର ୩  ଛେଳି ମରିଛନ୍ତି। ସେହିଭଳି ବେତୋଣରେ ଗଣ ସାମଲଙ୍କର ୧୫ଟି ମେଣ୍ଢା, ହାଟସାହିର କୃଷ୍ଣଚନ୍ଦ୍ର ବିଶ୍ବାଳଙ୍କର ୮ଟି ମେଣ୍ଢା, ନୂଆସାହିର ସୁକାନ୍ତ ପରିଡ଼ାଙ୍କର ୮ଟି ଛେଳି ମରିଥିବା ସେମାନେ ଅଭିଯୋଗ କରିଛନ୍ତି।


ହେଲେ ବାରମ୍ବାର ଜଣାଇବା ସତ୍ୱେ ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରାଣୀଧନ ଚିକିତ୍ସାଧିକାରୀ ଘଟଣା ସ୍ଥଳକୁ ଯାଉନାହାନ୍ତି କି ଆକ୍ରାନ୍ତ ଛେଳି ଓ ମେଣ୍ଢାଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରୁନାହାନ୍ତି I ତେଣୁ ସ୍ଥାନୀୟ  ଆଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ଲୋକେ ବାଳକାଟି ପ୍ରାଣୀ ଚିକିତ୍ସା କେନ୍ଦ୍ର ଘେରାଉ କରିବେ ଧମକ ଦେଇଛନ୍ତି I 

Leave A Reply

Your email address will not be published.