ବାବୁସାନ-ପ୍ରକୃତିଙ୍କୁ ନେଇ ‘ଷ୍ଟାର ୱାର’? ତଦନ୍ତ ଆରମ୍ଭ

0
  • ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ
  • ବାବୁସାନ ଓ ପ୍ରକୃତିକୁ ପୋଲିସର ନୋଟିସ
  • ସତ୍ୟନଗରସ୍ଥିତ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚରା
  • ଆଖପାଖ ଅଂଚଳରେ ଥିବା ସିସିଟିଭି ଫୁଟେଜକୁ ଯାଂଚ
  • ଉଭୟ ପରିବାର ଲୋକଙ୍କୁ ଭେଟି ପୋଲିସର ପଚରାଉଚରା  
  • ଭୁବନେଶ୍ୱର//TATKAL ODISHA//

– ବୋହୂ ତୃପ୍ତିଙ୍କ ସପକ୍ଷରେ  ଉତ୍ତମ ମହାନ୍ତି ଓ ଅପରାଜିତା

–  ଝିଅ ପ୍ରକୃତି ସପକ୍ଷରେ ମନ୍ମଥ ମିଶ୍ର ଓ ପତ୍ନୀ କୃଷ୍ଣପ୍ରିୟା 

ମାମଲା ଏବେ ଖାରବେଳ ନଗର ଥାନାରେ I ଉଭୟ ହୋଇଛନ୍ତି ଫେରାଦ I ଲିଖିତ ଏତଲା ବି ଦେଇଛନ୍ତି I ଏନେଇ ତଦନ୍ତ ବି ଆରମ୍ଭ ହୋଇଛି I ପୋଲିସ ଯାଇ ଉଭୟ ପାର୍ଶ୍ୱର ଅଭିଯୋଗକୁ ରେକର୍ଡ କରିଛି I 

ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଛି I ରବିବାର ସତ୍ୟନଗରସ୍ଥିତ ଘଟଣାସ୍ଥଳକୁ ଯାଇ ଆଖପାଖ ଲୋକଙ୍କୁ ପଚାରିବା ସହ ସିସିଟିଭି ଫୁଟେଜକୁ ଯାଂଚ କରିଛି ।

ବାବୁସାନ ଓ ପ୍ରକୃତିକୁ ନୋଟିସ ଜାରି ହୋଇଛି I ୭ ଜଣଙ୍କର ବୟାନ ରେକର୍ଡ ଯିବାସହ ଘଟଣାସ୍ଥଳକୁ ଯାଇ ପୋଲିସ ଛାନଭିନ ଆରମ୍ଭ କରିଛି ।

ଏହି ସହିତ ଉଭୟ ପରିବାର ଲୋକଙ୍କୁ ଭେଟି ପୋଲିସ ପଚରାଉଚରା କରିବ ବୋଲି ଜଣାପଡିଛି । 

ସିନେ ଷ୍ଟାର ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ଅଛି? ନା ବନ୍ଧୁତ୍ୱ??

“ବାବୁସାନ-ପ୍ରକୃତିଙ୍କ ମଧ୍ୟରେ ଟିକିଏ ଘନିଷ୍ଠତା ବଢ଼ିଛି : ମନ୍ମଥ”

ପ୍ରକୃତି ସହିତ ସଂପର୍କ ନ ରଖିବା ପାଇଁ ବାବୁସାନଙ୍କୁ ଅନେକ ଥର କହିଛୁ : ଉତ୍ତମ-ଅପରାଜିତା”

ବାବୁସାନଙ୍କ ପତ୍ନୀ ତୃପ୍ତି ଉଭୟଙ୍କ ପ୍ରେମ ସମ୍ପର୍କ ରହିଛି ଏବଂ ମୋ ସଂସାର ଉଜାଡି ଯାଇଥିବା କଥା କହିଥିବା ବେଳେ ମନ୍ମଥ ଏହାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି I କିନ୍ତୁ ସ୍ୱାମୀର କଥା କେବଳ ପତ୍ନୀ ହିଁ କହିପାରିବ I ହେଲେ ମନ୍ମଥ କେମିତି ଜାଣିଲେ କିଛି ସମ୍ପର୍କ ନାହିଁ ବୋଲି?

ଷ୍ଟାର ଦମ୍ପତି ଉତ୍ତମ -ଅପରାଜିତାଙ୍କ ସହ ବାବୁସାନ (ଫାଇଲ)

ମନ୍ମଥ ବାରମ୍ବାର କହି ଚାଲିଛନ୍ତି ଯେ, “ରିଲ ଲାଇଫକୁ ରିଅଲ ଲାଇଫ ଭାବିବା ଦୁର୍ଭାଗ୍ୟଜନକ I ବାବୁଶାନ ଓ ପ୍ରକୃତି ମଧ୍ୟରେ ଏକ ବନ୍ଧୁତ୍ୱର ସଂପର୍କ ରହିଛି । ପ୍ରକୃତି କିଛି ଭୁଲ କରିନାହିଁ। ପ୍ରକୃତିର କିଛି ଅଭାବ ନାହିଁ। ତେଣୁ ସେ ବାବୁସାନଙ୍କୁ କାହିଁକି ବ୍ଲାକମେଲିଂ କରିବ। ବାବୁସାନ ଓ ପ୍ରକୃତିଙ୍କ ସଂପର୍କକୁ ଭ୍ରମାତ୍ମକ କରାଯାଉଛି । ବାବୁସାନଙ୍କ ପରିବାରରେ ଅଶାନ୍ତି ସୃଷ୍ଟି ହେବାରେ ପ୍ରକୃତିଙ୍କର କୌଣସି ଭୂମିକା ନାହିଁ ।ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ମଥ ମିଶ୍ର କହିଛନ୍ତି, ବାବୁସାନ୍‌ ଓ ପ୍ରକୃତି ଭଲ ସାଙ୍ଗ । ପ୍ରକୃତି କାହାର ପରିବାର ଭାଙ୍ଗିବାକୁ ଚାହିଁ ନାହିଁ । ପ୍ରକୃତି ମୋ କଥା ମାନିବ । ଆଗାମୀ ଦିନରେ ସେ ବାବୁସାନଙ୍କ ସହିତ ଫିଲ୍ମ କରିପାରେ । ତାଙ୍କର ବୃତିକୁ ଆମେ ମନା କରିବାର ନାହିଁ । ତାଙ୍କର ପ୍ରଫେସନାଲ ଜୀବନକୁ ଆମେ ବ୍ୟକ୍ତିଗତ ଜୀବନ ସହ ଯୋଡିପାରିବା ନାହିଁ । ଯଦି କୌଣସି ଫିଲ୍ମ ନିର୍ମାତା ବାବୁସାନ ଓ ପ୍ରକୃତିଙ୍କୁ ଡାକନ୍ତି, ସେମାନେ ସେଠାକୁ ଯିବା ସାଧାରଣ କଥା । କାରଣ ଦର୍ଶକ ଚାହୁଁଛନ୍ତି  I ତେଣୁ ଗତକାଲି  ଯାହା ଘଟିଛି, ତାହା ଦୁର୍ଭାଗ୍ୟଜନକ । ଗୁଣ୍ଡା ଆଣି ମୋ ଝିଅକୁ ଆଘାତ ଦେଇଛନ୍ତି । ତୃପ୍ତି ଅପରାଧ କରିଛନ୍ତି । ମୁଁ ଆଇନ ବାଟରେ ଯିବି, ସେମାନେ ମଧ୍ୟ ଆଇନ ରାସ୍ତାରେ ଯାଆନ୍ତୁ ।

  ପ୍ରକୃତି ମିଶ୍ରଙ୍କ ପିତା  ତଥା ସଂଗୀତଜ୍ଞ ମନ୍ମଥ ମିଶ୍ର  ଏଭଳି ଦେବା ପରେ  ବାବୁସାନ୍‌ଙ୍କ ଷ୍ଟାର ପିତା   ଉତ୍ତମ ମହାନ୍ତି ଓ ମା ଅପରାଜିତା କହିଛନ୍ତି ଯେ, ଆପଣା ସୁନା ତ ଭେଣ୍ଡି, କାହାକୁ କିଛି କହିକି ଲାଭ ବା କ’ଣ ଅଛି । ପ୍ରକୃତି ସହିତ ସଂପର୍କ ନ ରଖିବା ପାଇଁ ବାବୁସାନଙ୍କୁ ଅନେକ ଥର କହିଛୁ  । କିନ୍ତୁ ବାବୁ ବାରମ୍ବାର  କହିଥିଲା ଯେ, ପ୍ରକୃତି ମୁମ୍ବାଇ ଚାଲିଯିବ ଓ ମୁଁ ଓଡିଶାରେ କାମ କରିବି । ତେବେ ବୋହୂ ତୃପ୍ତି ବହୁତ ଭଲ । ସେ ତା’ ସ୍ୱାମୀ ବାବୁସାନ୍‌ଙ୍କୁ ବହୁତ ଭଲ ପାଏ ଓ ଯତ୍ନ କରେ । ପ୍ରକୃତି ସହ ବାବୁସାନ୍‌ଙ୍କ ସଂପର୍କ ନେଇ, ତୃପ୍ତି ପାଖରେ ପ୍ରମାଣ ଥାଇପାରେ, ଯେଉଁଥି ପାଇଁ ଏଭଳି  ଅଭାବନୀୟ ଘଟଣା ଘଟିଛି।

କରୋନା ଲକଡାଉନ ବେଳେ ବାବୁସାନ-ପ୍ରକୃତିଙ୍କ ସମ୍ପର୍କ ଗଢ଼ି ଉଠିଥିଲା : ତୃପ୍ତି “

ଥାନାରେ ଏତଲା ପରେ  ଦୁଇ ଷ୍ଟାର ପରିବାର ମଧ୍ୟରେ “ଷ୍ଟାର ୱାର” ଆରମ୍ଭ ହୋଇ ଯାଇଛି I ବିବାଦର ପ୍ରକୃତ କାରଣ ପ୍ରକୃତି ମିଶ୍ରଙ୍କୁ ନେଇ I ସେ କରୋନା ଲକଡାଉନ ବେଳେ ବାବୁସାନଙ୍କ  ସହ ସମ୍ପର୍କ ଯୋଡିବାରେ ସହାୟକ ହୋଇଥିଲେ I ଏଇ କଥା ତୃପ୍ତି ପୋଲିସ ପାଖରେ କହିଛନ୍ତି I 

ଆମ ସୁନା ସଂସାରକୁ ଉଜାଡି ଦେଇଛି ପ୍ରକୃତି I ହେଲେ ସବୁ କଥା ଜାଣି ପ୍ରକୃତିଙ୍କ ବାପା  ଘଟଣାକୁ ଭିନ୍ନମୋଡ ଦେବାକୁ ଚେଷ୍ଠା  କରିଛନ୍ତି ବୋଲି ଅପରାଜିତା ପୋଲିସକୁ କହିଛନ୍ତି ।

ବାବୁସାନ ଓ ପ୍ରକୃତି ଭୁବନେଶ୍ୱରରୁ ଚେନ୍ନାଇ ଯାଇଛନ୍ତି I ଅନ୍ୟପକ୍ଷେ ପୋଲିସ ତଦନ୍ତ ଆରମ୍ଭ ହୋଇ ଯାଇଛି I

ଷ୍ଟାର ୱାରର ସ୍ଥିତି କଣ ହେବ? ତଦନ୍ତ ପରେ  ପାଣି କା ପାଣି  ସ୍ପଷ୍ଟ ହେବ ।

  • ଦେଖନ୍ତୁ TATKAL ODISHAର ପୂର୍ବ ରିପୋର୍ଟ

ବାବୁସାନର ପ୍ରେମ କାହାଣୀ, ବିଚ ରାସ୍ତାରେ ପତ୍ନୀଙ୍କ ଧୂଲେଇ

ବାବୁସାନର ପ୍ରେମ କାହାଣୀ, ବିଚ ରାସ୍ତାରେ ପତ୍ନୀଙ୍କ ଧୂଲେଇ

Leave A Reply

Your email address will not be published.