ବାତ୍ୟାର ଭୟଙ୍କର ରୂପ : ପବନର ବେଗ ୯୫ କିମିକୁ ଟପିବ

0
  • ବର୍ଷା ଆରମ୍ଭ, ପବନ କମ ରହିଛି
  • ଶୂନ୍ୟ’ ମୃତ୍ୟୁ ଉପରେ ଫୋକସ୍
  • ଏନ୍‌ଡିଆରଏଫ୍ ୧୮ ଟିମ୍ ମୁତୟନ
  • ଭୁବନେଶ୍ୱର, //TATKAL ODISHA//
  • ବାତ୍ୟା ‘ଗୁଲାବ’ ଅତି ଭୟଙ୍କର ହେବାରେ ଲାଗିଛି I ସେପ୍ଟେମ୍ବର ୨୬ ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ପ୍ରଭାବରେ ପବନର ବେଗ ୭୫ରୁ ୮୫ କିଲୋମିଟର ହେବ I  ସ୍ଥଳ ବିଶେଷରେ ଘଣ୍ଟାପ୍ରତି ପବନର ବେଗ ୯୫ କିଲୋମିଟର ଟପିପାରେ । ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ତେଣୁ ଓଡ଼ିିଶାର ଗଞ୍ଜାମ ଓ ଗଜପତି ଜିଲ୍ଲା ସହିତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌, ବିଜୟନଗରମ୍ ଓ ବିଶାଖାପାଟନମ୍‌ରେ ବାତ୍ୟାର ସିଧାସଳଖ ପ୍ରଭାବ ରହିବ ।
  • ବାୟୁ ସେନା, ନୌ ବାହିନୀ ତୟାର
  • କେନ୍ଦ୍ର, ରାଜ୍ୟ ଓ ଏଜେନ୍ସି ମିଳିତ ହୋଇ କାର୍ଯ୍ୟ କରନ୍ତୁ : ଗୌବା
        ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି I ସେ କହିଛନ୍ତି ଯେ, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇ ଯାଇଛି I ଆନ୍ଧ୍ରରେ ବି ଅନୁରୂପ ସ୍ଥିତି I 
          ଅନ୍ୟ ପକ୍ଷରେ ବାତ୍ୟା ‘ଗୁଲାବ୍‌’ ପାଇଁ ବାୟୁସେନା ଓ ନୌବାହିନୀର ଯବାନମାନେ ତୟାର I ଯୁଦ୍ଧକାଳନୀନ ଭିତ୍ତିରେ ଏମାନେ ଉଦ୍ଧାରକାରୀ ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସେହିପରି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ନିୟୋଜିତ ହୋଇଛନ୍ତି ଏନ୍‌ଡିଆରଏଫ୍ ୧୮ ଟିମ୍ I  ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଟିମ୍ ନିୟୋଜିତ କରାଯିବ । ତେବେ ‘ଶୂନ୍ୟ’ ମୃତ୍ୟୁ ଉପରେ ଫୋକସ୍ କରାଯାଇଛି । ଏହି ସୂଚନା ଦେଇଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା ।
          ନୂଆଦିଲ୍ଲୀରେ ‘ଜାତୀୟ ସଙ୍କଟ ପରିଚାଳନା କମିଟି’ ବା ଏନ୍‌ସିଏମ୍‌ସି ବୈଠକ ଶେଷରେ  କ୍ୟାବିନେଟ ସଚିବ ରାଜୀବ ଗୌବା କହିଥିଲେ, ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା‘ଗୁଲାବ୍‌’ର  ପରବର୍ତ୍ତୀ ଭୟଙ୍କର ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ,ଏଜେନ୍ସି ଓ ରାଜ୍ୟ ସରକାର ମିଳିତ ହୋଇ କାର୍ଯ୍ୟ କରିବାକୁ ହେବ । ବାତ୍ୟା  ଲ୍ୟାଣ୍ଡଫଲ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ସଂପୃକ୍ତ କର୍ତ୍ତୃପକ୍ଷ ତଥା କେନ୍ଦ୍ରର ସଂପୃକ୍ତ ଏଜେନ୍ସିଗୁଡିକ ଦ୍ୱାରା ସମସ୍ତ ପ୍ରତିଷେଧକ ତଥା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ । ମୃତ୍ୟୁ ସଂଖ୍ୟାକୁ ‘ଶୂନ’ କରିବା ଏବଂ କ୍ଷୟକ୍ଷତି ପରିମାଣକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦେବା ଦରକାର । ଉଦ୍ଧାର କାର୍ଯ୍ୟରେ ଆନ୍ଧ୍ର ଓ ଓଡ଼ିଶାରେ ଏନ୍‌ଡିଆରଏଫ୍‌ର ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ଅତିରିକ୍ତ ଦଳ ମଧ୍ୟ ପ୍ରସ୍ତୁତ ଅଛି । ଜାହାଜ ଏବଂ ବିମାନ ସହିତ ସେନା ଏବଂ ନୌସେନାର ଉଦ୍ଧାରକାରୀ ଏବଂ ରିଲିଫ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି । ବାତ୍ୟା ବିପନ୍ନଙ୍କୁ ଆବଶ୍ୟକ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ମହଜୁଦ ରଖିବା ଆବଶ୍ୟକ । ବିଶେଷକରି କୋଭିଡ୍ ମାର୍ଗଦର୍ଶିକା ପାଳନ ପାଇଁ ସେ ଉଭୟ ରାଜ୍ୟର ମୁଖ୍ୟ ସଚୀବଙ୍କୁ ପରାମର୍ଶ ଦେଇଥିଲେ ।
କିଛି ସ୍ଥାନରେ ପବନ ଅନୁଭୂତ

Leave A Reply

Your email address will not be published.