ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱର ସ୍ଥାବର, ଅସ୍ଥାବର ସମ୍ପତ୍ତି
- ଭୁବନେଶ୍ୱର//TATKAL ODISHA//
ଅର୍ଥତତ୍ତ୍ୱର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହେବ I
୧୧୦ ଏକର ଜମି, ୧୧ଟି ଦାମୀ ଗାଡ଼ି ବାଜ୍ୟାପ୍ତ ଲାଗି ନିର୍ଦ୍ଦେଶ
ବ୍ୟାଙ୍କ ଜମା ୨ କୋଟି ୧୭ ଲକ୍ଷ ୨୦ ହଜାର ଟଙ୍କା ବି ବାଜ୍ୟାପ୍ତ ହେବ I
ସମ୍ପତ୍ତି ବାଜ୍ୟାପ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର ଓପିଆଇଡି କୋର୍ଟ ।୧୧୦ ଏକର ସମ୍ପତ୍ତି ସହ ୧୧ଟି ଦାମୀ ଗାଡି ବି ବାଜ୍ୟାପ୍ତ ହେବ ।ଭୁବନେଶ୍ବର, ବାଲେଶ୍ବର, ଗଞ୍ଜାମ, ପୁରୀ, ଅନୁଗୁଳ, ବେଗୁନିଆ, ଟାଙ୍ଗୀ, ଭଦ୍ରକରେ ରହିଛି ଏହି ଭୁସମ୍ପତ୍ତି ।ଭୁସମ୍ପତ୍ତା ନିଲାମ କରି ଉକ୍ତ ଟଙ୍କା ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
- ଅର୍ଥ ତତ୍ତ୍ୱ ଚିଟ ଫଣ୍ଡ ସଂସ୍ଥା ୨୦୦୯ ରୁ ୨୦୧୨ ମଧ୍ୟରେ ପ୍ରାୟ ସାତ ସହ କୋଟିର ଠକେଇ କରିଥିଲା ଏବଂ ସଂସ୍ଥା ମୁଖ୍ୟ ପ୍ରଦୀପ ସେଠୀ ଓଡ଼ିଶାର ହଜାର ହଜାର ଜମାକରୀଙ୍କ ଠାରୁ ଏହି ଅର୍ଥ ଉଠାଇଥିଲେ ବୋଲି ଅଭିଯୋଗ ହୋଇଛି । ସ୍ୱର୍ଣ୍ଣ ଯୋଜନାରେ ଟଙ୍କା ଲଗାଇଥିବା ବ୍ୟବସାୟୀ ପ୍ରିୟବ୍ରତ ମଲ୍ଲିକ ଏନେଇ ଖାରବେଳନଗର ୨୦୧୩ରେ ଥାନାରେ ଏତଲା ଦେଇଥିଲେ । ପୁଲିସ୍ ୧୪୫/୧୩ରେ ଏକ ମାମଲା ରୁଜୁ କରି ଅଦ୍ଭୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୧୨୦(ଖ), ୪୨୦, ୪୦୬, ଏବଂ ୪,୫ ଓ ୬ ପ୍ରାଇସ୍ ଚିଟ୍ସ ଆଣ୍ଡ ମନି ସର୍କୁଲେସନ୍ ସ୍ମିମ୍(ବ୍ୟାନିଂ) ଆକ୍ସ୍ ୧୯୭୮ରେ ମାମଲା ରୁଜୁ କରିଥିଲା । ତଦନ୍ତ ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଛି I