ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର//TATKAL ODISHA//
ବାଚସ୍ପତି ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି I କଣ ପାଇଁ ସେ ଏଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ଭିଧାନିକ ପଦବୀ ଛାଡ଼ିଲେ ତାହା ଅସ୍ପଷ୍ଟ ରହିଛି I
ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ବୋଲି ବାଚସ୍ପତି
ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I
ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ବି ଇସ୍ତଫା ଦେଲେ
କେତେକ ସୂତ୍ରରୁ ଜଣାପଡ଼ିଛି ଚର୍ଚ୍ଚା ଆଗକୁ ହେବାକୁ ଥିବା ମନ୍ତ୍ରୀମଣ୍ଡଳରେ ଅଦଳବଦଳରେ ସେ ସାମିଲ ହେବାର ସମ୍ଭାବନା ରହିଛି I
ଆଉ ବିକ୍ରମଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି I