ବଲାଙ୍ଗୀରରେ ଘନ କୁହୁଡି଼, ଭୁବନେଶ୍ୱରରେ ମଧ୍ୟମ ଧରଣର କୁହୁଡ଼ି
- ଭୁବନେଶ୍ୱର//TATKAL ODHISHA//
ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ଯୋଗୁଁ ଲଗାଣ ବର୍ଷା ଜାରି ରହିଥିଲା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡୁ ହୋଇଛି I
ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ରବିବାର ରାତ୍ରିରୁ ସୋମବାର ସକାଳେ ଏହ କୁହୁଡି ଦୃଶ୍ୟମାନ ହୋଇଛି I ବଲାଙ୍ଗୀରରେ ଘନ କୁହୁଡି ହୋଇଥିବା ବେଳେ ଭୁବନେଶ୍ୱର , ଭବାନୀପାଟଣା ଏବଂ ମାଲକାନଗିରିରେ ମଧ୍ୟମ ଧରଣର କୁହୁଡି ହୋଇଛି I
ହେଲେ ପାରାଦ୍ୱୀପ ଓ ପୁରୀରେ ହାଲୁକା କୁହୁଡି ଦୃଶ୍ୟମାନ ହୋଇଛି I
- କେଉଁଠି କେତେ ଦୃଶ୍ୟମାନ?
- ବଲାଙ୍ଗୀର -100 ମିଟର
- ଭୁବନେଶ୍ୱର -200 ମିଟର
- ଭବାନୀପାଟଣା -200 ମିଟର
- ମାଲକାନଗିରି -200 ମିଟର
- ପୁରୀ -600 ମିଟର
- ପାରାଦ୍ୱୀପ -800 ମିଟର
(IMD ରିପୋର୍ଟ )