ବର୍ଷାରେ ଉଜୁଡିଲା ପାଚିଲା ଧାନ କ୍ଷେତ, ଆତ୍ମହତ୍ୟା କଲେ ଚାଷୀ!

0

* ଗଞ୍ଜାମ ଜିଲ୍ଲା ତୁରୁବୁଡ଼ି ପଞ୍ଚାୟତର ଉଲୁମ ଗାଁର ଚାଷୀ  କୈଳାଶ 

ବ୍ରହ୍ମପୁର, ଭୁବନେଶ୍ୱର//TATKAL ODISHA//

‘ଜୱାଦ’ ଦୁର୍ବଳ ଦୁର୍ବଳ ସତ୍ୱେ ବର୍ଷା  ଖୁବ ଛେଚିଥିଲା I ଏହି ଅଦିନିଆ ଲଗାଣ ବର୍ଷା ପାଚିଲା ଧାନ କ୍ଷେତକୁ ଧ୍ୱସ୍ତ -ବିଧ୍ୱସ୍ତ ହୋଇଛି I ଏଥିରେ ଭାଙ୍ଗିପଡ଼ି ଗଞ୍ଜାମ ଜିଲ୍ଲା ତୁରୁବୁଡ଼ି ପଞ୍ଚାୟତର ଉଲୁମ ଗାଁର ଚାଷୀ  କୈଳାସ ଶବର ଆତ୍ମହତ୍ୟା କରିଛନ୍ତି I

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି I 

ଚାଷୀ କୈଳାସଙ୍କ ମୁତ ଦେହ

   କୈଳାସ ୨ ଏକର ଜମିକୁ ଭାଗ ଚାଷ କରୁଥିଲେ । ରବିବାର ବର୍ଷା ଜାରି ରହିଥିଲା ବେଳେ ସେ କ୍ଷେତକୁ ଫସଲ ଦେଖିବାକୁ ଯାଇଥିଲେ । ବର୍ଷାରେ ତାଙ୍କ ଫସଲ ସବୁ ନଷ୍ଟ ହୋଇଯାଇଥିଲା । ଫସଲ ନଷ୍ଟ ହେବା ଦେଖି ସେ ଦୁଃଖରେ ଭାଙ୍ଗିପଡ଼ି କୀଟନାଶକ ଔଷଧ ଖାଇ ପ୍ରାଣ ହାରିଥିଲେ I

  କୈଳାସଙ୍କୁ ପରିବାର ଲୋକେ ତୁରନ୍ତ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ହିଁ ସେ ପ୍ରାଣ ହରାଇଥିଲେ । 

Leave A Reply

Your email address will not be published.