ଜୀବନ ମନ୍ତ୍ର ‘ବନ ହିଁ ଜୀବନ’
- ସତ୍ୟବାଦୀ ବଳିୟାରସିଂ
- //TATKAL ODISHA//ଜୀବନ ମନ୍ତ୍ର//
#####################################
22 ଏପ୍ରିଲ I ବିଶ୍ୱ ପୃଥିବୀ ଦିବସ I ଏଭଳି ଏକ ପବିତ୍ର ଓ ଗୁରୁତ୍ୱପୂର୍ଣ ଦିବସରେ ‘ସୁସ୍ଥ ବିଶ୍ୱ’ ନେଇ ବଜ୍ର ସଫଥ ନେବାକୁ ପଡ଼ିବ I ତାହା କେବଳ ବନ ସୁରକ୍ଷା ଦ୍ୱାରା ସମ୍ଭବ I
ଆସନ୍ତୁ କବି ସତ୍ୟବାଦୀ ବଳିୟାରସିଂ “ବନ ହିଁ ଜୀବନ” ଶୀର୍ଷକ କବିତା ମାଧ୍ୟମରେ କଣ କହିବାକୁ ଚାହୁଁଛନ୍ତି ତାହା ଦେଖିବା…
####################################
ବନ ହିଁ ଜୀବନ
+++++++++++
ସୃଷ୍ଟିରେ ବନ ହିଁ ଜୀବନ ତୁଲ୍ୟ
ବଞ୍ଚି ବଞ୍ଚାଏ ସେ, ବୁଝେ କେ ମୂଲ୍ୟ ।
ଦେଖ ! ଗଛ ପୂରି, ପତ୍ର ଓ ଫୁଲେ,
ହସି ହସାଉଛି ସଭିଙ୍କି ଭଲେ ।
ଗଛେ ଫଳେ କେତେ ମଧୁର ଫଳ,
ଖାଦ୍ୟପ୍ରାଣେ ଭରା ଅମୃତ ତୁଲ ।
ଅମ୍ଳ-କାମ୍ଳ ଦୁଇ ଜୀବନ ମୂଳ,
ଏହାର ଆଧାର ଗଛ କେବଳ ।
ଯାହା ପାଇଁ ଜୀବ ହୁଏ ଆକୁଳ,
ଗଛ ହିଁ ପରସେ ବାୟୁ ଶୀତଳ ।
ଯେପରି ମାଆର ଶୀତଳ କୋଳ,
ଅନୁଭବୀ ଜାଣେ ଗଛର ତଳ ।
ଜୀବନ ପାଇଁକି ଗଛ ଅମୂଲ,
ଗଛ ଅଟେ ଆମ ଜୀବନ ତୁଲ ।
ଗଛଟି ଦୁର୍ଲଭ, ବଞ୍ଚିବା ଭଲ,
ଗଛକୁ କାଟି କି, କଅଣ କଲ !
ଗଛ କାଟି ଆମେ ଜୀବ କାଟିଲେ,
କି ଲାଭ, ଯେ ଜନ ପରେ ଭାବିଲେ ।
ଗଛ ଲଗାଇବା ଉଠି ସହଳ,
ଚେତାଇବା ଖଳ, ନ କାଟୁ ଡାଳ ।
ଲଗାଇବା ବୋଲି ଚାରା ବହୁଳ,
ତାଡିବା କି ବଡ ଗଛର ମୂଳ ?
ବଡ ଗଛେ ବଡ ପତ୍ର ଗହଳ,
ବହୁତ ଚାରା କି ହେବ ତା’ ତୁଲ ?
ପ୍ରତି ବର୍ଷ ଚାରା ରୋପିବା ଚାଲ,
ତା’ଠୁ ବଡ ଗଛ ରକ୍ଷଣ ଭଲ ।
ଗଛ ହିଁ ଦୁର୍ଲଭ, ପାଳିବା ଚାଲ,
ହୃଦୟେ ବୁଝିବା ଗଛର ମୂଲ ।
ଜଗତ ବଞ୍ଚିବ ଗଛ ବଞ୍ଚିଲେ,
ହୃଦେ ସବୁ ଗଛ ପାଇବା ଭଲେ ।
ପ୍ରଚଣ୍ଡ ଖରାରେ ଫୁଟଇ ଫୁଲ,
ତା ସହିତ ମେଲି ସବୁଜ ପଲ୍ଲ ।
ବନେ ଗଛ ପରିପୂର୍ଣ୍ଣ ହୋଇଲେ,
ବିଶ୍ବ ପରିବେଶ ରକ୍ଷା ପାଇଲେ ।
ପୃଥିବୀରେ ଜୀବେ ବଞ୍ଚିବେ ଭଲେ,
ଗଛପୂର୍ଣ୍ଣ ବନ ହୃଦେ ଭାବିଲେ ।
ବନ ରକ୍ଷା ମନେ ସଂକଳ୍ପ ନେଲେ,
ହସିବ ପୃଥିବୀ ଗଛ ଗହଳେ ।
ସମ୍ପର୍କ : ସତ୍ୟବାଦୀ ବଳିୟାରସିଂ
ଭୁବନେଶ୍ବର
9437355793
8637254669
satyabadi2012@gmail.