ବଦଳିଲେ ଆଠ ବରିଷ୍ଠ OAS

0
  • ଭୁବନେଶ୍ୱର//TATKAL ODISHA// 

ଓଡ଼ିଶା ପ୍ରଶାସନିକ ଅଧିକାରୀ (OAS)ସ୍ତରରେ ଅଦଳବଦଳ ହୋଇଛି । ଏକାଥରେ ଆଠ ଓଏଏସ ବଦଳିଛନ୍ତି I

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ  ବିଜ୍ଞପ୍ତି ପ୍ରକାଶ ପାଇଛି I 

  • ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ(ଡିଆରଡିଏ) ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି I
  • ବରିଷ୍ଠ ଓଏଏସ୍ ରୋମାଞ୍ଚଳ ଖମାରୀଙ୍କୁ ଗଜପତି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।
  • ଗୃହ ବିଭାଗର ଅତିରିକ୍ତ ସଚିବ ବିଭୂତିଭୂଷଣ ମିଶ୍ର କଟକ ଆରଡିସି କାର୍ଯ୍ୟାଳୟରେ ଅତିରିକ୍ତ ବନ୍ଦୋବସ୍ତ କମିଶନର ଭାବେ ବଦଳି ହୋଇଛନ୍ତି I
  • ଅନୀଲ କୁମାର ସେଠୀଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ ବଦଳି ହୋଇଛି I
  •  ସଞ୍ଜୟ କୁମାର ମିଶ୍ର ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଉପସଚିବ ଭାବେ ବଦଳି ହୋଇଛନ୍ତି I 
  •  ପ୍ରଭାତ କୁମାର ସାହୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ସଚିବ ଭାବେ  ବଦଳି ହୋଇଛନ୍ତି I
  • କେନ୍ଦୁଝର ଉପ ଜିଲ୍ଲାପାଳ ସୋନା ଟୁଡ଼ୁ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି I 
  • ଆନନ୍ଦପୁର ଉପଜିଲ୍ଲାପାଳ ଗୋପିନାଥ କୁଅଁରଙ୍କୁ ଯାଜପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । 

Leave A Reply

Your email address will not be published.