ବଢୁଛି ମୃତ୍ୟୁ ସଂଖ୍ୟା,ଦିନକରେ 14, ମୋଟ 2043

0

ଭୁବନେଶ୍ୱର//ତତ୍କାଳ ଓଡ଼ିଶା//

ବଢୁଛି ସଂକ୍ରମଣ, ବଢୁଛି ମୃତ୍ୟୁସଂଖ୍ୟା I ତାସାଙ୍ଗକୁ ଜିଇଁ ରହିବା ପାଇଁ ଚିନ୍ତା ଘାରୁଛି I ଜୀବନ ଓ ମୃତ୍ୟୁର ଦୁଇ ଛକିରେ ଯେମିତି ମଣିଷ ଛିଡା ହୋଇଛି I 

   ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ  ଆଉ 14 ଜଣଙ୍କର ଜୀବନ ନେଇଛି ମହାମାରୀ Iରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା 2043କୁ ବୃଦ୍ଧି ପାଇଛି ।

  ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରୁ 3 ଜଣ କରି  ଆକ୍ରାନ୍ତଙ୍କ ଜୀବନ ଯାଇଥିବାବେଳେ ଖୋର୍ଦ୍ଧା ଓ ରାୟଗଡ଼ା ଜିଲ୍ଲାରୁ 2 ଜଣ କରି  ଆକ୍ରାନ୍ତଙ୍କ ଜୀବନ ଯାଇଛି I

ଅନ୍ୟ ପକ୍ଷରେ ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର ଓ ସମ୍ୱଲପୁର ଜିଲ୍ଲାରୁ ଜଣେ କରି ଆକ୍ରାନ୍ତଙ୍କ ଅକାଳ ମୃତ୍ୟୁ ହୋଇଛି I 

Leave A Reply

Your email address will not be published.