ବଢ଼ୁଛି ଭୟ : ତିନି ଦିନରେ 31,188 ଆକ୍ରାନ୍ତ ଚି଼ହ୍ନଟ

0


ଭୁବନେଶ୍ବର,//TATKAL ODISHA//

  • ଗୁରୁବାର -10,059
  • ଶୁକ୍ରବାର- 10,273
  • ଶନିବାର -10,856


ଅର୍ଥାତ ତିନି ଦିନରେ 31,188 ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି I ତାହା ନିଶ୍ଚିତ ଭାବରେ ଚିନ୍ତାର ବିଷୟ I


   ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ସର୍ବାଗ୍ରେ ରହିଛି I ପ୍ରଥମ, ଦ୍ଵିତୀୟ ଲହର ଭଳି ତୃତୀୟ ଲହର ବି ଭୁବନେଶ୍ୱର ଏହି ଜିଲ୍ଲାରେ ‘ହଟସ୍ପଟ’ ହୋଇଛି I

  • ଦେଖନ୍ତୁ ଦିନକର ରିପୋର୍ଟ…


    ୨୪ ଘଣ୍ଟାରେ ୧୦ହଜାର ୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଏଥିରେ ସଂଗରୋଧରୁ ୬,୨୯୩୮, ସ୍ଥାନୀୟ ସଂକ୍ରମିତ ୪,୫୬୩ ଜଣ, ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧,୦୨୧ ଆକ୍ରାନ୍ତ ଅନ୍ତର୍ଭୁକ୍ତ। ହେଲେ ସୁସ୍ଥ ହୋଇଛନ୍ତି ଆଉ ୨,୨୧୬ ଆକ୍ରାନ୍ତି ।  ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୨୨ହଜାର ୭୩୫କୁ ବୃଦ୍ଧି ପାଇଛି ।


୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧୂକ ୩,୦୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ   ଅନୁଗୁଳରୁ ୧୦୪, ବାଲେଶ୍ବର ୩୨୬, ବରଗଡ ୧୪୫, ଭଦ୍ରକ ୧୦୧, ବଲାଙ୍ଗିର ୨୫୯, ବୈଦ୍ଧ ୩୮, କଟକ ୯୦୯, ଦେବଗଡ ୨୪, ଢେଙ୍କାନାଳ ୬୯, ଗଜପତିରୁ ୧୩୫ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୩୯, ଜଗତସିଂହପୁର ୨୨୨, ଯାଜପୁର ୨୧୦, ଝାରସୁଗୁଡା ୨୧୧, କଳାହାଣ୍ଡି ୧୪୪, କନ୍ଧମାଳ ୪୨, କେନ୍ଦ୍ରାପଡା ୭୫, କେନ୍ଦୁଝରରେ ୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ଏଥ୍‌ସହିତ କୋରାପୁଟ ୧୬୫, ମାଲକାନଗିରି ୫୪, ମୟୁରଭଞ୍ଜ ୩୭୬, ନବରଙ୍ଗପୁର ୧୦୬, ନୟାଗଡ ୧୪୫, ନୂଆପଡା ୭୫, ପୁରୀ ୧୯୮, ରାୟଗଡା ୧୫୬, ସମ୍ବଲପୁର ୫୦୦, ସୋନପୁର ୧୦୨, ସୁନ୍ଦରଗଡ ୧୯୪୩ ଷ୍ଟେଟପୁଲରୁ ୭୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ମନରେ ଭୟ ଜାତ ହେବା ସ୍ୱାଭାବିକ I

Leave A Reply

Your email address will not be published.