ବଢ଼ିଲା ପଞ୍ଚାୟତ ନିର୍ବାଚନୀ ଖର୍ଚ୍ଚ ସୀମା, ଗାଡି ସଂଖ୍ୟା

0
  • ଗାଡି ବ୍ୟବହାର ନେଇ ସ୍ୱତନ୍ତ୍ର ନିୟମ
  • ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,//TATKAL ODISHA ‌//

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନୀ ଖର୍ଚ୍ଚ ସୀମା ବୃଦ୍ଧି ହୋଇଛି ।ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି I

  • ଜିଲ୍ଲା ପରିଷଦ ସଭ୍ୟ-୫ ଲକ୍ଷ
  • ସରପଞ୍ଚ -୨ ଲକ୍ଷ
  • ପଞ୍ଚାୟତ ସଭ୍ୟ -୨ ଲକ୍ଷ
  • ସେହିପରି ଭୋଟ୍ ଗ୍ରହଣ ଅବଧି ସକାଳ ୭ ଟାରୁ ଦିନ ୧୨ଟା ବଦଳରେ ୭ ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେବ I
ଆଦେଶନାମା
  • ପଞ୍ଚାୟତ ନିର୍ବାଚନ ବେଳେ କେତେ ଗାଡ଼ି ବ୍ୟବହାର ହେବ ସେନେଇ ମଧ୍ୟ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନକୁ ଉଚିତ୍ ମାର୍ଗରେ ପରିଚାଳନା କରିବା ନିମନ୍ତେ ନିର୍ବାଚନ କମିଶନ ସମ୍ବିଧାନର ୨୪୩-କ ଧାରାରେ କ୍ଷମତାପ୍ରାପ୍ତ ହୋଇଅଛନ୍ତି । ତେଣୁ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ସରପଞ୍ଚ ପଦବୀ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଥିବା ଯାନ ଉପରେ ସୀମା ଧାର୍ଯ୍ୟ କରିଛନ୍ତି । ଜିଲ୍ଲା ପରିଷଦ ସଭ୍ୟ ୫ଟି ଜିପ୍ ବା କାର୍ ଓ ୧୦ଟି ମୋଟର ସାଇକେଲ ବ୍ୟବହାର କରିପାରିବେ ଏବଂ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ପ୍ରତ୍ୟେକ ୨ ଜିପ୍ ବା କାର୍ ଓ ୫ ମୋଟର ସାଇକେଲ ବ୍ୟବହାର କରିପାରିବେ । ଗାଡ଼ି ଓ ମୋଟର ସାଇକେଲ ଧାର୍ଯ୍ୟ ସୀମା ମଧ୍ୟରେ ଅଟୋ ରିକ୍ସା ମଧ୍ୟ ବ୍ୟବହାର କରାଯାଇପାରିବ । ମୋଟର ଯାନ ବ୍ୟବହାର ଦିନଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଯାନର ପ୍ରକାର, ତାହାର ପଞ୍ଜିକରଣ ନମ୍ବର, ଗାଡ଼ି ମାଲିକଙ୍କ ନାମ ଉପ-ଜିଲ୍ଲାପାଳଙ୍କୁ ଏବଂ ପଞ୍ଚାୟତ ସମିତି ଓ ସରପଞ୍ଚ ପ୍ରାର୍ଥୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବେ । ଏହି ତଥ୍ୟର ତିନୋଟି ନକଲ ଦାଖଲ କରାଯିବ । ତଥ୍ୟର ଗୋଟିଏ ନିକଲ ଉପ-ଜିଲ୍ଲାପାଳ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିକଟସ୍ଥ ମୋଟର ଯାନ କର୍ତ୍ତୃପକ୍ଷଙ୍କୁ ଦେବେ । ଅନ୍ୟଟି ନିଜ ପାଖରେ ରଖିବେ । ତୃତୀୟ ନକଲଟିରେ ଉପଜିଲ୍ଲାପାଳ ବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ତାଙ୍କ କ୍ଷମତାସମ୍ପନ୍ନ ଅଧିକାରୀ ସ୍ୱାକ୍ଷର ଓ ଅଫିସ୍ ମୋହର ଲଗାଇ ପ୍ରାର୍ଥୀଙ୍କୁ ଫେରାଇ ଦେବେ । ମୋଟର ଯାନ ଅଧିକାରୀ ଗୋଟିଏ ରେଜିଷ୍ଟରରେ ସମସ୍ତ ତଥ୍ୟ ଲିପିବଦ୍ଧ କରିବେ । କୌଣସି ସମୟରେ ନିର୍ବାଚନ ଅଧିକାରୀ କିମ୍ବା ତାଙ୍କ ଦ୍ୱାରା କ୍ଷମତାସମ୍ପନ୍ନ ଅଧିକାରୀ ଏହି ତଥ୍ୟ ଆବଶ୍ୟକ କଲେ, ପ୍ରାର୍ଥୀ ତଦାରଖ ନିମନ୍ତେ ତାହା ଉପସ୍ଥାପନ କରିବେ । ମୋଟର ଯାନ ସଂକ୍ରାନ୍ତୀୟ ସମସ୍ତ ଖର୍ଚ୍ଚ, ନିର୍ବାଚନ ଖର୍ଚ୍ଚ ସୀମା ମଧ୍ୟରେ ସୀମିତ ରହିବ । ପ୍ରଚାର କାର୍ଯ୍ୟରେ ବ୍ୟବହୃତ ମୋଟର ଯାନ ଭୋଟ୍ ଆରମ୍ଭ ହେବାର ୩୬ ଘଣ୍ଟା ପୂର୍ବରୁ ମୁକ୍ତ କରାଯାଇ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯିବ । ଏହି ଆଦେଶ ଅବମାନନାକୁ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଧରାଯିବ । ଏହି ଆଦେଶ ପ୍ରକାଶ ଦିନ ଠାରୁ ତାହା ଲାଗୁ କରାଯିବ ।


  ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଗତ ସର୍ବଦଳୀୟ ବୈଠକରେ ଅଧିକାଂଶ ରାଜନୈତିକ ଦଳର ପ୍ରତିନିଧିମାନେ ନିର୍ବାଚନ ଖର୍ଚ୍ଚ ବୃଦ୍ଧି କରିବା ନେଇ ପ୍ରସ୍ତାବ ଦେଇଥିଲେ । ସେମାନଙ୍କର ଯୁକ୍ତି ଥିଲା ପୂର୍ବରୁ ଧାର୍ଯ୍ୟ ହୋଇଥିବା ନିର୍ବାଚନ ଖର୍ଚ୍ଚ ଜଣେ ପ୍ରାର୍ଥୀଙ୍କ ପାଇଁ କମ୍ ହେଉଛି । ତାହା ବୃଦ୍ଧି କରାଯାଉ । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ନିର୍ବାଚନ କମିଶନ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ଓ ପ୍ରଚାର କାର୍ଯ୍ୟରେ ବ୍ୟବହାର ହେଉଥିବା ଯାନ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ବଳବତ୍ତର ରହିଛି । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ନିର୍ବଚନୀ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ଏବଂ ୨ ଗୋଟି ଚାରିଚକିଆ ଏବଂ ୪ଟି ଦୁଇଚକିଆ ଯାନ ବ୍ୟବହାର କରିପାରିବେ ବୋଲି ନିୟମ ରହିଛି । ସେହିପରି ପଞ୍ଚାୟତ ସମିତି ସଭ୍ୟ ଏବଂ ସରପଞ୍ଚଙ୍କ ନିମନ୍ତେ ନିର୍ବାଚନୀ ଖର୍ଚ୍ଚ ସୀମା ୮୦ ହଜାର ଟଙ୍କା ରହିଥିବାବେଳେ ଗୋଟିଏ ଚାରିଚକିଆ ଏବଂ ଦୁଇଟି ଦୁଇଚକିଆ ଯାନ ବ୍ୟବହାର କରିପାରିବେ ନିୟମ ରହିଛି । ଏହାର ପୁନର୍ବିଚାର ହେବା ଆବଶ୍ୟକ ବୋଲି ସେମାନେ ପ୍ରସ୍ତାବ ରଖିଥିଲେ । ସବୁ ଦୃଷ୍ଟିରୁ ବିଚାର କରି ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିଲାବେଳେ ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟଙ୍କ ଖର୍ଚ୍ଚସୀମା ୮୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି ବୋଲି ସେ ସ୍ପଷ୍ଟ କରିଥିଲେ ।
 

Leave A Reply

Your email address will not be published.