ତତ୍କାଳ ଓଡିଶା ବଡ଼ ନିଷ୍ପତ୍ତି : ଫେବୃଆରୀ 7ରୁ ଖୋଲିବ ସ୍କୁଲ, କଲେଜ By TATKAL Last updated Feb 3, 2022 0 Share ଭୁବନେଶ୍ୱର//TATKAL ODISHA// ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି I ଚଳିତ ଫେବ୍ରୁଆରୀ ୭ରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଖୋଲିବ I କେଜିରୁ ସପ୍ତମ ଶ୍ରେଣୀ ଓ ଅଷ୍ଟମରୁ ଦ୍ୱାଦଶ ଶେଣୀ ଯାଏ ସମସ୍ତ କ୍ଲାସ୍ ଖୋଲିବ I ଗୁରୁବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି I ସେ କହିଛନ୍ତି, ଫେବ୍ରୁଆରୀ ୭ରୁ ଅଷ୍ଟମ ଶେଣୀରୁ ଉପରକୁ ଥିବା ସମସ୍ତ ସ୍କୁଲ,କଲେଜ, ବିଶ୍ୱବିଦ୍ୟାଳୟ, ଟେକ୍ନିକାଲ୍ ଏବଂ ପ୍ରଫେସନାଲ୍ ଶିକ୍ଷାନୁଷ୍ଠାନ ଖୋଲିବ । * ଛାତ୍ର ଛାତ୍ରୀଙ୍କୁ ସ୍କୁଲ ଯିବାକୁ ବାଧ୍ୟ କରାଯିବନି । * ନିଜ ଇଚ୍ଛାରେ ଅଫଲାଇନ କିମ୍ବା ଅନଲାଇନ କ୍ଲାସ କରିପାରିବେ । * ପରିସ୍ଥିତି ଦେଖି ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ । * ଖରାଛୁଟି ଅବଧି କମାଇ ପାରିବେ I * ସ୍କୁଲ, କଲେଜ ଖୋଲିବା ସହ ପରୀକ୍ଷା ଯଥାବିଧି ହେବ । * କେଜିରୁ ନବମ ଶ୍ରେଣୀ ଏବଂ ଏକାଦଶରୁ ଦ୍ୱାଦଶ ଯିବା ପାଇଁ କ୍ଲାସ୍ ପ୍ରମୋସନ ପରୀକ୍ଷା ହେବ । * ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସେମାନଙ୍କ ବୋର୍ଡ ଆୟୋଜନ କରିବେ । * ଉଭୟ ପରୀକ୍ଷା କ୍ଲାସରୁମ୍ ଆସେସମେଣ୍ଟ ମାର୍କ ଅନୁସାରେ କରାଯିବ । * କଲେଜସ୍ତରରେ ମଧ୍ୟ କର୍ତ୍ତୃପକ୍ଷ ପୂର୍ବ ଗାଇଡଲାଇନ୍ ଅନୁଯାୟୀ ପରୀକ୍ଷା କରିବେ 0 Share FacebookWhatsAppTwitterGoogle+Email