ବଡ଼ ଧରଣର IAS ଅଦଳବଦଳ : TATKAL ODISHA ରିପୋର୍ଟ ପୁଣି ସତ

0
  • ଭୁବନେଶ୍ୱର//TATKAL ODISHA//

ବଡ଼ ଧରଣର ଆଇଏଏସ ଅଦଳବଦଳ ହୋଇଛି I କିଛି ବରିଷ୍ଠ OASଙ୍କ ବି ବଦଳି ତାଲିକାରେ ନାଁ ରହିଛି I

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି I

୧୧ ଜିଲ୍ଲାର ଜିଲ୍ଲାପାଳ ବଦଳିଛନ୍ତି । ଏଥି ସହ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗରନିଗମର କମିଶନରଙ୍କର ବଦଳି ହୋଇଛି ।

  • ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଟକ ମହାନଗର ନିଗମ (ସିଏମ୍‌ସି) କମିଶନର ଭାବେ ବଦଳି ହୋଇଛନ୍ତି ।
  • କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ଅନନ୍ୟା ଦାସ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି ।
  • ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ନୂଆ କିମଶନର ଭାବେ ବଦଳି ହୋଇଥିଲାବେଳେ ସେ ଅତିରିକ୍ତ ଭାବେ ବିଏସ୍‌ସିଏଲ୍‌ର ସିଇଓ ଓ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ସମ୍ପାଦନ କରିବେ । 
  • ନୂଆପଡ଼ା ଜିଲ୍ଲାପାଳ ସୁଧା ଦେବ ସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ବରିଷ୍ଠ ଓଏଏସ୍ ତଥା ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେ ଗୃହ ବିଭାଗର ପ୍ରୋଟୋକଲ ଦାୟିତ୍ୱ ବି ଅତିରିକ୍ତ ଭାବେ ତୁଲାଇବେ ।
  • ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଞ୍ଜାମ ଜିଲ୍ଲାପାଳ ଭାବେ ବଦଳି ହୋଇଥିଲାବେଳେ ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି ହୋଇଛି ।
  • ବରିଷ୍ଠ ଓଏଏସ୍ ତଥା ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି ।
  • ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ଜଳ ସମ୍ପଦ ଯୁଗ୍ମ ସଚିବ ଭାବେ ବଦଳି ହୋଇଥିଲାବେଳେ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡିଙ୍କୁ ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେଶନ(ଓଏସ୍‌ଏମ୍‌ସିଏଲ୍‌)ର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।
  • ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(ଓଏଭି)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପେମ୍‌ଚନ୍ଦ୍ର ଚୌଧୁରୀଙ୍କୁ କୃଷି ନିର୍ଦ୍ଦେଶକ ଭାବେ ବଦଳି ହୋଇଥିଲାବେଳେ ଉକ୍ତ ପଦବୀରେ ସଂଗ୍ରାମ ମହାପାତ୍ର ଅବସ୍ଥାପିତ ହୋଇଛନ୍ତି ।
  •  ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ମଧୁସ୍ମିତା ସାହୁ ରାଜସ୍ୱ ବିଭାଗ ଯୁଗ୍ମ ସଚିବ ଭାବେ ବଦଳି ହୋଇଥିଲାବେଳେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
  • ସମ୍ବଲପୁର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଭୁବନେଶ୍ୱର ମହାନଗରର ଅତିରିକ୍ତ କମିଶନର ଭାବେ ବହଳି ହୋଇଥିଲାବେଳେ ଗୁଣୁପୁର ଉପଜିଲ୍ଲାପାଳ ଜେ. ସୋନାଲ୍‌ଙ୍କୁ ବ୍ରହ୍ମପୁର ମହାନଗର କମିଶନର ଭାବେ ବଦଳି କରାଯାଇଛି ।
  • ନବରଙ୍ଗପୁର ଉପଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସାଧାରଣ ପ୍ରଶାସନ ବିଭାଗ(ଜିଏ) ବିଭାଗର ଅନୁସଚିବ ଭାବେ ବଦଳି କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
  • ଗଞ୍ଜାମ ଜିଲ୍ଲାର ପିଡି ଡିଆର୍‌ଡିଏ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଦେଙ୍କୁ ବାଲେଶ୍ୱର ଜିଲ୍ଲାପାଳ, କଳାହାଣ୍ଡି ଜିଲ୍ଲାପାଳ ସୋମେଶ୍ କୁମାର ଉପାଧ୍ୟାୟଙ୍କୁ ଦେବଗଡ଼ ଜିଲ୍ଲାପାଳ, ମୟୂରଭଞ୍ଜ ପିଡି ଡିଆରଡିଏ ପି. ଅନ୍ୱେଷା ରେଡ୍ଡୀଙ୍କୁ କଳାହାଣ୍ଡି ଜିଲ୍ଲାପାଳ, ବାଲେଶ୍ୱର ଉପଜିଲ୍ଲାପାଳ ପାଟିଲ୍ ଆଶିଷ ଈଶ୍ୱରଙ୍କୁ କନ୍ଧମାଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
  • କୋରାପୁଟ୍ ପିଡି ଡିଆରଡିଏ ହେମକାନ୍ତ ସାଏ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି ହୋଇଥିଲାବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତୀ ଭାସନ ଗଞ୍ଜାମର ପିଡି ଡିଆରଡିଏ ଭାବେ ବଦଳି ହୋଇଛନ୍ତି । 
  • ଦେଖନ୍ତୁ ବଦଳି ତାଲିକା..

TATKAL ODISHA ରିପୋର୍ଟ ପୁଣି ସତ…. ଦେଖନ୍ତୁ ପୂର୍ଵ ରିପୋର୍ଟ…

//EXCLUSIVE//
ବରିଷ୍ଠ IAS ସ୍ତରରେ ଅଦଳବଦଳ ଖୁବଶୀଘ୍ର ?

ବରିଷ୍ଠ IAS ସ୍ତରରେ ଅଦଳବଦଳ ଖୁବଶୀଘ୍ର?

Leave A Reply

Your email address will not be published.